ମୃତ ହିତାଧିକାରୀଙ୍କ ନାମରେ ପେନସନ ଟଙ୍କା ହଡ଼ପ ଅଭିଯୋଗ

0

ବାଲେଶ୍ୱର : ବାଲେଶ୍ୱର ଜିଲାରେ ମୃତକଙ୍କୁ ଜୀବିତ ଦର୍ଶାଇ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ବ୍ୟାଙ୍କ ଅଫ ଇଣ୍ଡିଆ ରେମୁଣା ଶାଖାର ବିଜିନେସ୍‌ କରେସ୍‌ପଣ୍ଡାଣ୍ଟ ପ୍ରଭାତ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସୂଚନା ଅନୁଯାୟୀ, ୨୦୧୪ରେ ଜଣେ ହିତାଧିକାରୀଙ୍କ ମୃତ୍ୟୁ ହେବା ପରେ ମଧ୍ୟ ବ୍ୟାଙ୍କ ଅଫ ଇଣ୍ଡିଆ ରେମୁଣା ଶାଖାରେ ତାଙ୍କ ନାମରେ ଆକାଉଣ୍ଟକୁ ସଚଳ ରଖାଯାଇଥିଲା। ପରେ  ସମ୍ପୃକ୍ତ ଅଧିକାରୀ ମୃତ ହିତାଧିକାରୀଙ୍କ ନାମରେ ୧ କୋଟି ୩୨ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିଲେ । ଏନେଇ ମୃତ ହିତାଧିକାରୀଙ୍କ ପରିବାର ଲୋକ ଜାଣିବା ପରେ ସମ୍ପୃକ୍ତ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦେବା ପରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ । ପରେ ଇଓଡବ୍ଲ୍ୟୁର ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଅଭିଯୋଗର ସତ୍ୟାସତ୍ୟ ବିଷୟରେ ଜଣାପଡିଥିଲା । ଏହି ମାମଲାରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଜଣେ ଓକିଲଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ସେମାନଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ ଜାରି ରହିଛି ।

 

Leave A Reply