କରୋନା ମୁକାବିଲା, ସେନା ସହାୟତା ନେବ ପ୍ରଶାସନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର କରୋନା ମହାମାରୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକ ରାଜନାଥ କରୋନା ପରିସ୍ଥିତିକୁ ମୁକାବିଲା ଲାଗି ସେନାକୁ ପ୍ରସ୍ତୁତ ରହିବା ପୂର୍ବକ ଏହି ମହାମାରୀକୁ ନିୟନ୍ତ୍ରଣ ଦିଗରେ ସାଧାରଣ ପ୍ରଶାସନକୁ ସମ୍ଭବ ସହାୟତା କରିବାକୁ କହିଛନ୍ତି। ପ୍ରଶାସନକୁ ସହାୟତା ପାଇଁ ବିଭିନ୍ନ ରାଜ୍ୟରେ ରହିଥିବା ସେନାର ୟୁନିଟ୍‌ଗୁଡିକ ସମ୍ପୃକ୍ତ ରାଜ୍ୟର ପରିସ୍ଥିତି ବାବଦରେ ଅବଗତ ହେବେ। ସେନାର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ।

ପରିସ୍ଥିତିକୁ ମୁକାବିଲା କରିବା ଲାଗି ସେନା ପାଇଁ କଣ ଆବଶ୍ୟକ ତାକୁ ତୁରନ୍ତ ଅଧିଗ୍ରହଣ କରିବାକୁ ରାଜନାଥ ନିର୍ଦେଶ ଦେଇଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ସେନା ଅତିରିକ୍ତ କ୍ଷମତା ବୃଦ୍ଧି କରିବ। ସେନା ହସ୍ପିଟାଲରେ ସାଧାରଣ ଲୋକଙ୍କ ଚିକିତ୍ସା କରାଯିବାକୁ ନିଷ୍ପତ୍ତି ହୋଇଛି। ସ୍ଥଳ ସେନା ସହିତ ବାୟୁସେନା ଓ ନୌସେନାକୁ ମଧ୍ୟ ପ୍ରଶାସନିକ ସହାୟତା ଲାଗି କୁହାଯାଇଛି।

Comments are closed.