ପିଲାଚୋର ସନ୍ଦେହ: ତିନି ସାଧୁଙ୍କୁ ଉଦ୍ଧାର କଲେ ସୁରକ୍ଷା କର୍ମୀ

0

ଗୌହ୍ୱାଟି: ପିଲା ଚୋରି ସନ୍ଦେହରେ ଲୋକଙ୍କ ଦ୍ୱାରା ଅଟକ ଥିବା ତିନିଜଣ ସାଧୁଙ୍କୁ ପୁଲିସ ଓ ସେନା ବାହିନୀ ଉଦ୍ଧାର କରିଛି।
ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ଆସାମ୍‍ର ଦିମା ହାସାଓ ଜିଲାର ମାହୁର ରେଳଷ୍ଟେସନ୍‍ ନିକଟରେ ତିନି ଜଣ ସାଧୁଙ୍କୁ ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ ଲୋକ ପିଲା ଚୋର ସନ୍ଦେହରେ ଘେରି ଯାଇଥିଲେ। କିଛି ସମୟ ପରେ ସେହି ତିନିଜଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହାର ଭିଡିଓ ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହେବା ପରେ ଜିଲା ପ୍ରଶାସନ ସାଧୁଙ୍କୁ ଉଦ୍ଧାର କରିବାକୁ ପଦକ୍ଷେପ ନେଇଥିଲା।
ଡିସିପି ଅମିତାଭ ରାଜଖୋୱା ଓ ଏସ୍‍ପି ପ୍ରଶାନ୍ତ ସୈକିଆଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଶାନ୍ତି ବଜାୟ ରଖିବା ସହିତ ସୋସିଆଲ୍‍ ମିଡିଆର ଖବରକୁ ବିଶ୍ୱାସକୁ ନ ନେବା ଲାଗି ଆହ୍ୱାନ ଦିଆଯାଇଥିଲା। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତି ଦେଖାଯାଆନ୍ତି ତେବେ ଆଇନ ଶୃଙ୍ଖଳା ହାତକୁ ନ ନେଇ ପୁଲିସକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାପରେ ତିନି ସାଧୁଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରାଯାଇଥିଲା। ଗତ ଜୁନ୍‍ ୮ ତାରିଖରେ ଦୁଇ ବନ୍ଧୁ କାର୍ବ ଆଙ୍ଗଲୋଙ୍ଗ ବୁଲିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Leave A Reply