ଭାରତୀୟ ସୈନିକଙ୍କ ମହାନତା : ୩ ଚୀନ ନାଗରିକଙ୍କୁ ଉଦ୍ଧାର କରି ଦେଲେ ଖାଦ୍ୟ, ଚିକିତ୍ସା ସହାୟତା

ନୂଆଦିଲ୍ଲୀ : ଉତ୍ତର ସିକିମ୍‌ର ସୀମାନ୍ତ ଅଞ୍ଚଳରେ ଫସି ରହିଥିବା ୩ଜଣ ଚୀନ ନାଗରିକଙ୍କୁ ଭାରତ ସେନା ଉଦ୍ଧାର କରିଛି। ସମୁଦ୍ର ପତ୍ତନ ଠାରୁ ୧୭,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ଅଞ୍ଚଳରେ ଚୀନ ନାଗରିକମାନେ ବାଟଭୁଲି ଫସି ରହିଥିବାବେଳେ ଭାରତୀୟ ସେନା ସେମାନଙ୍କୁ ଉଦ୍ଧାର ପୂର୍ବକ ଖାଦ୍ୟ, ଔଷଧ, ଅକ୍ସିଜେନ ଓ ଗରମ ପୋଷାକ ଆଦି ଦେଇଥିଲେ। ସେପ୍ଟେମ୍ବର ୩ରେ ଏହି ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ଭାରତ ସେନା ବାଟ ଦେଖାଇବା ପରେ ସେମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ। ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗି ରହିଥିବା ସତ୍ତ୍ବେ ଭାରତ ସେନାର ଏହି ମହାନତା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ମହିଳାଙ୍କ ସମେତ ୩ ଚୀନ ନାଗରିକ କାର ଯୋଗେ ଯାଉଥିବାବେଳେ ସୀମାନ୍ତ ଅଞ୍ଚଳରେ ବାଟ ଭୁଲି ଫସି ଯାଇଥିଲେ। ଉଚ୍ଚ ପାର୍ବତ୍ୟ ଉପତ୍ୟକାରେ ଚୀନ ନାଗରିକଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଥିଲା। ଭାରତ ସେନା ସେମାନଙ୍କୁ ତୁରନ୍ତ ଅକ୍ସିଜେନ ଓ ଅନ୍ୟାନ୍ୟ ସହାୟତା ଦେଇଥିଲା।

Comments are closed.