ଲଦାଖରେ ମୁତୟନ ଥିବା ଜଣେ ଯବାନ କରୋନାରେ ସଂକ୍ରମିତ

ଜମ୍ମୁ : ଭାରତୀୟ ସେନାର ଜଣେ ଯବାନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଯବାନ ଜଣକ ଲଦାଖ ସ୍କାଉଟର ବୋଲି ଜଣାପଡିଛି। ନିକଟରେ ଯବାନଙ୍କ ବାପା ଇରାନରୁ ଫେରିଥିଲେ। ତାଙ୍କ ଠାରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଯବାନ ଜଣକ ଚିକିତ୍ସାଧୀନ ରହିଛନ୍ତି। ଏଥିସହ ତାଙ୍କ ପତ୍ନୀ ଏବଂ ଭଉଣୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି।


ସେହିପରି ଲଦାଖରେ କରୋନା ପଜିଟିଭ୍ ଥିବା ଯବାନଙ୍କ ସହ ରହିଥିବା ଅନ୍ୟ ଯବାନଙ୍କୁ ମଧ୍ୟ ଅଲଗା ରଖାଯାଇ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି। ବର୍ତ୍ତମାନ ପର୍ୟ୍ୟନ୍ତ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଆଠ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଜିଏମସି କାଠୁଆରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି।


ଜାମ୍ମୁ କାଶ୍ମୀର ଏବଂ ଲଦାଖରେ କରୋନ ଭାଇରସକୁ ଦୃଷ୍ଟିରେ ରଖାଯାଇ ବୈଷ୍ଣୋ ଦେବୀ ଯାତ୍ରୀଙ୍କ ପାଇଁ ଗର୍ଭାଶୟ ଗୁମ୍ଫାକୁ ବନ୍ଦ କରି ଦିଆଯାଇଛି। ବାହାର ରହି ଦର୍ଶନ କରିବାକୁ ଗୁମ୍ଫା ନିକଟରେ ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ ପକ୍ଷରୁ ଭକ୍ତମାନଙ୍କୁ କୁହାଯାଇଛି।

Comments are closed.