ପାଟ୍ରୋଲିଂ ପାର୍ଟି ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ପାଲଟା ଜବାବରେ ଆତଙ୍କବାଦୀ ମୃତ

0

ଜମ୍ମୁ: ଉତ୍ତର କାଶ୍ମୀର କୁପୱାଡା ଜିଲାର ହନ୍ଦୱାଡା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିବା ସୂଚନା ମିଳିଛି । ୩୨ ରାଷ୍ଟ୍ରୀୟ ରାଇଫଲ୍ସ ପାଟ୍ରୋଲିଂ ପାର୍ଟି ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗ୍ରେନେଡ୍ ପକାଇଥିଲେ ଓ ପରେ ଅତର୍କିତ ଭାବେ ଗୁଳି ବର୍ଷଣ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିଲା ପରେ ସିଆରପିଏଫ  ଏବଂ  ଏସଓଜି ଯବାନ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଘରେ ଘରେ ତଲାସି ଅଭିଯାନ ଜାରି ରହିଛି ।

ସୂଚନାଯୋଗ୍ୟ, ରବିବାର ହନ୍ଦୱାଡା ଅଞ୍ଚଳର ବାବାଗୁଣ୍ଡରେ ୬୦ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ସିଆରପିଏଫ ଇନସ୍ପେକ୍ଟର ସମେତ ପାଞ୍ଚ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଗୁଳିବିନିମୟରେ ସ୍ଥାନୀୟ ଅଞ୍ଚଳର ଜଣେ ନାଗରିକ ପ୍ରାଣ ହରାଇଥିଲେ ।

Leave A Reply