ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସେନା ଅଧିକାରୀ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଖାନମୋହ ଅଞ୍ଚଳରେ ଜଣେ ସେନା ଅଧିକାରୀ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ସେନା ଅଧିକାରୀ ହେଉଛନ୍ତି ଲ୍ୟୁଟ୍‌ନାଣ୍ଟ କଲୋନେଲ ସୁଦୀପ ଭଗତ।

ଅଧିକାରୀଙ୍କ ସୂଚନା ଅନୁସାରେ, ସେନାର ଡିପୋରେ ମୁତୟନ ହୋଇଥିବା ଲ୍ୟୁଟନାଣ୍ଟ କଲୋନେଲ ସୁଦୀପ ନିଜ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହାର ତଦନ୍ତ କରାଯାଉଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଏହା ପୂର୍ବରୁ ଗତ ଫେବୃୟାରୀ ୬ ତାରିଖରେ ଜାମ୍ମୁର ଅଖନୁର ଅଞ୍ଚଳରେ ସେନାର ଜଣେ ଯବାନ ଆତ୍ମହତ୍ୟା କରିଥିଲେ। ଯବାନ ଜଣକ ନିଜକୁ ଗୁଳି କରିବା ଫଳରେ ତାଙ୍କ ଜୀବନ ଚାଲିଯାଇଥିଲା।

Comments are closed.