ସେନା ପାଇଁ କିଣାଯିବ ୧.୮୬ଲକ୍ଷ ବୁଲେଟ ପ୍ରୁଫ୍‌ ଜ୍ୟାକେଟ୍‌

0

ନୂଆଦିଲ୍ଲୀ : ସେନାର ପଦାତିକ ବାହିନୀର ସୈନିକଙ୍କ ପାଇଁ ସରକାର ୧ଲକ୍ଷ ୮୬ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ କିଣିବା ଲାଗି ଏକ ଘରୋଇ କମ୍ପାନୀ ସହ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏସ୍‌ଏମ୍‌ପିପି ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ସେନାର ଅର୍ଡନାନ୍ସ ଫ୍ୟାକ୍ଟ୍ରିକୁ ଏହି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଯୋଗାଇ ଦେବ। ସୋମବାର ସରକାର ଓ କମ୍ପାନୀ ମଧ୍ୟରେ ସ୍ୱାକ୍ଷର ହୋଇଥିବା ଏହି ଚୁକ୍ତିର ମୂଲ୍ୟ ୬୩୯ କୋଟି ଟଙ୍କା। ଏହି ଅର୍ଥ ମୂଲ୍ୟରେ ଏସ୍‌ଏମପିପି ମୋଟ ୧,୮୬,୧୩୮ଟି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ଯୋଗାଇ ଦେବ। ସମ୍ମୁଖ ଲଢେଇ ପାଇଁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ସୈନ୍ୟ ବାହିନୀ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବାବେଳେ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି। ତେବେ ଦେଶର ପଦାତିକ ବାହିନୀ ପାଇଁ ଏବେ ୩, ୫୩, ୭୬୫ଟି ବୁଲେଟ ପ୍ରୁଫ୍‌ ଜ୍ୟାକେଟର ଆବଶ୍ୟକତା ରହିଛି। ଦେଶର ସୈନିକମାନେ ଏବେ ପୁରୁଣାକାଳିଆ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ବ୍ୟବହାର କରୁଛି; ଯାହା ସୈନିକଙ୍କୁ ଆବଶ୍ୟକ ସୁରକ୍ଷା ଦେବା ପାଇଁ ଉପଯୁକ୍ତ ନୁହେଁ।

Leave A Reply