ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଙ୍ଗ ଆପ୍ “ଏସ୍‌ଏଆଇ”

ନୂଆଦିଲ୍ଲୀ : ସେନା ସହ ଜଡ଼ିତ ତଥ୍ୟକୁ ସବୁବେଳେ ଗୋପନ ରଖିବା ପାଇଁ ଭାରତୀୟ ସେନା ପ୍ରୟାସ ଜାରି ରଖିଛି। କାରଣ ସେନା କର୍ମଚାରୀମାନେ ସର୍ବଦା ହ୍ୟାକରଙ୍କ ଟାର୍ଗେଟରେ ରହିଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ସ୍ବଦେଶୀ ମେସେଜିଙ୍ଗ ଆପ୍ ଲଞ୍ଚ କରିଛି। ‘ଆତ୍ମନିର୍ଭର ଭାରତ’ ଅଭିଯାନ ମାଧ୍ୟରେ ଭାରତୀୟ ସେନା ‘ସିକ​‌ୟୋର ଆପ୍ଳିକେସନ ଫର୍ ଦ ଇଣ୍ଟରନେଟ୍’ (ଏସଏଆଇ) ନାଁରେ ଏହାକୁ ଲଞ୍ଚ କରିଛନ୍ତି। ଏଥିରେ ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷିତ ଭଏସ, ଟେକ୍ସଟ ଓ ଭିଡିଓ କଲିଂ ସେବାର ସୁବିଧା ରହିଛି।

ସେନାର ଏହି ଦେଶୀ ମେସେଜିଙ୍ଗ ଆପ୍ ହ୍ବାଟ୍ସଆପ୍ ଭଳି ହିଁ କାମ ଦେବ। ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରରେ ଆସିନାହିଁ। ସୁରକ୍ଷିତ ବାର୍ତ୍ତା ପଠାଇବା ପାଇଁ ଏହି ଆପ୍ ସମଗ୍ର ସେନା ଦ୍ୱାରା ବ୍ୟବହୃତ ହେବ।

Comments are closed.