ଏଲଏସିରେ ସ୍ଥିତି ନିୟନ୍ତ୍ରଣାଧୀନ, ନେପାଳ ସହିତ ଖୁବ୍‌ଶୀଘ୍ର ହେବ ସମାଧାନ: ସେନା ମୁଖ୍ୟ

ଡେରାଡୁନ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଏବଂ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। କମାଣ୍ଡର ସ୍ତରୀୟ ବୈଠକ ସହିତ ଉଚିତ ସ୍ତରରେ ଆଲୋଚନା ଜାରି ରହିଥିବା ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରୱଣେ କହିଛନ୍ତି। ଶନିବାର ଭାରତୀୟ ସୈନ୍ୟ ଏକାଡେମୀରେ ପାସିଂ ଆଉଟ୍‌ ପରେଡ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ଅବସରରେ ନରୱଣେ ଏହା କହିଛନ୍ତି। ନରୱଣେ କହିଛନ୍ତି, ଆଲୋଚନା ସକାରାତ୍ମକ ରହିଛି। ନେପାଳ ସହିତ ସୀମା ବିବାଦକୁ ନେଇ ସେ କହିଛନ୍ତି, ନେପାଳ ଆମର ଭଲ ପଡ଼ୋଶୀ ଏବଂ ତା’ ସହିତ ଖୁବଶୀଘ୍ର ସମସ୍ତ ପ୍ରସଙ୍ଗର ସମାଧାନ କରାଯିବ।

ସୂଚନାଯୋଗ୍ୟ, ଲଦାଖର ପାନଗୋଙ୍ଗ ସୋ ହ୍ରଦ, ଗୱଲନ ଘାଟି ଏବଂ ଡେମଚୋକଠାରେ ଭାରତୀୟ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ସୈନ୍ୟ ଅଧିକାରୀ ସ୍ତରୀୟ ଆଲୋଚନାରେ ଭାରତ ଜୋର୍‌ ଦେଇ କହିଥିଲା ଯେ ସେ ନିଜ ଯବାନମାନଙ୍କୁ ସେ ପର୍ଯ୍ୟନ୍ତ ପଛକୁ ହଟାଇବ ନାହିଁ, ଯେପର୍ଯ୍ୟନ୍ତ ଚୀନ ସେନା ପୂର୍ବ ସ୍ଥିତିକୁ ଫେରିବ ନାହିଁ।

Comments are closed.