ଦୁଇ ଦିନିଆ ମିଆଁମାର ଗସ୍ତରେ ସେନା ମୁଖ୍ୟ ଓ ବିଦେଶ ସଚିବ

ସେନା ମୁଖ୍ୟ ଜେନେରାଲ ମନୋଜ ନରୱଣେ ଏବଂ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଆଜିଠାରୁ ଦୁଇ ଦିନିଆ ମିଆଁମାର ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ଉଭୟ ମିଆଁମାରର ରାଜ୍ୟ ପରାମର୍ଶଦାତା ସାନ ସୁ କି ଏବଂ ସେନାଧ୍ୟକ୍ଷ ସିନିୟର ଜେନେରାଲଙ୍ଗଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅନୁଧ୍ୟାନ କରିବା ଏବଂ ପାରସ୍ପରିକ ସ୍ୱାର୍ଥ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାର ସୁଯୋଗ ପ୍ରଦାନ କରିବ। ଏଥିରେ କୁହାଯାଇଛି ଯେ ଭାରତ-ମିଆଁମାର ସମ୍ପର୍କ ଐତିହାସିକ ଏବଂ ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଉପରେ ପର୍ଯ୍ୟବସିତ। ଭାରତ ମିଆଁମାର ସହ ସମ୍ପର୍କକୁ ପ୍ରଥମେ ପଡୋଶୀ ଏବଂ ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଗୁରୁତ୍ୱ ଦେଇଥାଏ।

ସାମ୍ପ୍ରତିକ ସମୟରେ ଯୋଗାଯୋଗ ଏବଂ ବାଣିଜ୍ୟ, ବିକାଶ ପ୍ରକଳ୍ପ, ଶକ୍ତି, ଦକ୍ଷତା ବିକାଶ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ସହଯୋଗକୁ ମଜବୁତ କରିଛନ୍ତି। ତେବେ କରୋନା ପରିସ୍ଥିତି ଯୋଗୁଁ ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ କିଛି ମାତ୍ରାରେ ହ୍ରାସ ହୋଇଥିବା ମନ୍ତ୍ରାଳୟ କହିଛି।

Comments are closed.