ତ୍ୱରିତ ବିଜୟ ପାଇଁ ଏକ ଶକ୍ତିଶାଳୀ ବାହିନୀ ଦରକାର : ଜେନେରାଲ୍‍ ବିପିନ ରାୱତ

ନୂଆଦିଲ୍ଲୀ : ମୁମ୍ବଇ ଯୁଦ୍ଧରେ ତ୍ୱରିତ ବିଜୟ ଲାଗି ଅଳ୍ପ ସଂଖ୍ୟକ ଯବାନଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀ ଗଠନର ଆବଶ୍ୟକତା ରହିଛି । ଜାତୀୟ ନିରାପତ୍ତା କ୍ରମଶଃ ଜଟିଳ ହେଉଥିବା ଦୃଷ୍ଟିରୁ ଏହି କ୍ଷେତ୍ରରେ ପ୍ରତ୍ୟେକ ନାଗରିକ ନିଜକୁ ଏଥିରେ ସାମିଲ କରିବା ଲାଗି ସେନାବାହିନୀ ମୁଖ୍ୟ ଜେନେରାଲ୍‍ ବିପିନ ରାୱତ ଆହ୍ୱାନ ଦେଇଛନ୍ତି।

ମୁମ୍ବଇଠାରେ ମନୋହର ପାରିକର ସ୍ମୃତି ବକ୍ତୃତାମାଳାର ଉଦ୍‍ଘାଟନ ଉତ୍ସବରେ ଉଦବୋଧନ ଦେଇ ସେ ଏହା କହିଛନ୍ତି । ୨୦୦୮ ମୁମ୍ବଇ ଆକ୍ରମଣ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ତୁଳନାରେ ଉରୀ ଓ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଭାରତ ଦୃଢ଼ ଜବାବ ଦେଇଛି ବୋଲି ଜେନେରାଲ୍‍ ରାୱତ କହିଛନ୍ତି । ପଡେଶୀ ଦେଶର ଯୁଦ୍ଧଖୋର ମନୋଭାବ ଓ ଭାରତରେ ଅସ୍ଥିରତା ସୃଷ୍ଟି କରିବାର ପ୍ରୟାସକୁ ସେନାବାହିନୀ କେବେ ବି ସଫଳ ହେବାକୁ ଦେବ ନାହିଁ ବୋଲି ସେ କହିଛନ୍ତି

Comments are closed.