ଲଦାଖ ସୀମାରେ ନଦୀକୁ ଖସିଲା ସେନା ବସ: ୭ ଯବାନ ସହିଦ

ଡେସ୍କ: ଆଜି ଲଦାଖର ତୁରତୁକ ସେର ଜୋଜିଲା ପାସ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୭ ଜଣ ଯବାନ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଥିବା ସେନା ପକ୍ଷରୁ କୁହାଯାଇଛି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୬ ଜଣ ଯବାନଙ୍କୁ ନେଇ ଯାଉଥିବା ବସଟି ଜୋଜିଲା ପାସ୍ ନିକଟରେ ନିୟନ୍ତ୍ରଣ ହରାଇ ଶ୍ୟୋକ ନଦୀକୁ ଖସି ପଡିଥିଲା। ରାସ୍ତା ଗଡାଣିଆ ଓ ଆବଡ଼ା ଖାବଡ଼ା ଥିବାରୁ ବସଟି ଅନେକ ଥର ଗଡ଼ି ଗଡ଼ି ନଦୀ ମଧ୍ୟକୁ ଖସି ପଡିଥିଲା। ଘଟଣାସ୍ଥଳରେ ୭ ଯବାନ ସହିଦ ହୋଇଥିବା ସମ୍ବାଦ ମିଳିଛି। ଦୁର୍ଘଟଣା ସମ୍ପର୍କିତ ଖବର ମିଳିବା ମାତ୍ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ଏହି ସମ୍ବାଦଟି ପ୍ରସ୍ତୁତ ହେବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। (ଭିଡିଓ କ୍ରେଡିଟ – ଏଏନଆଇ)

Comments are closed.