ପଶ୍ଚିମବଙ୍ଗରେ ଅସ୍ତ୍ରଶସ୍ତ୍ର ଜବତ; ୨ ଗିରଫ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର  ଓ ବିସ୍ଫୋରକ ଜବତ କରାଯିବା ସହିତ ସେମାନଙ୍କୁ ଗିରଫ କରାଯାଇଛ। ପୁଲିସ ପକ୍ଷରୁ କୁହାଯାଇଛି ଯେ ଏକ ସୂତ୍ରରୁ ସୂଚନା ମିଳିବା ପରେ ରବିବାର ଦିନ ପୁଲିସ ଅଧିକାରୀମାନେ ସ୍ଥାନୀୟ ପ୍ରଶାସନ ସହାୟତାରେ ସୁରିଠାରେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୫ଟି ଅତ୍ୟାଧୁନିକ ୭ ଏମଏମ ପିସ୍ତଲ, ୧୦ଟି ମାଗାଜିନ, ୩୦ଟି ଗୁଳି ଏବଂ ୨୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଦୁଇଦିନ ପୂର୍ବରୁ ରାଜ୍ୟର ଭାଜପା କାର୍ଯ୍ୟାଳାୟ ନିକଟରୁ ୫୪ଟି ଅଫୁଟା ବୋମା ଜବତ କରାଯାଇଥିଲା।

Comments are closed.