MEllora 950×100

ଆଜି ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିବାର ଦିନ, ସଶସ୍ତ୍ର ବାହିନୀ ଧ୍ୱଜା ଦିବସ

ଡେସ୍କ: ଆଜି ସଶସ୍ତ୍ର ବାହିନୀ ଧ୍ୱଜା ଦିବସ ପାଳିତ ହେଉଛି। ପ୍ରତିବର୍ଷ ଡିସେମ୍ବର ୭ ତାରିଖ ଦିନ ସଶସ୍ତ୍ର ବାହିନୀ ଏହି ଧ୍ୱଜା ଦିବସ ପାଳନ କରିଥାଏ। ଦେଶକୁ ସୁରକ୍ଷା ଯୋଗାଇ ଦେଇ ଶହୀଦ ହୋଇଥିବା ସଶସ୍ତ୍ର ବାହିନୀ ଯବାନମାନଙ୍କୁ ସମ୍ମାନ ପ୍ରଦର୍ଶନ ଲାଗି ଏହି ଦିବସ ପାଳିତ ହୋଇଥାଏ। ଏହି ଦିନ ଲୋକମାନଙ୍କଠାରୁ ପାଣ୍ଠି ସଂଗ୍ରହ କରାଯାଇ ସଶସ୍ତ୍ର ବାହିନୀ ଯବାନମାନଙ୍କ କଲ୍ୟାଣ ସକାଶେ ଉତ୍ସର୍ଗ କରାଯାଇଥାଏ। ଏହି ଦିନ ସଂଗୃହୀତ ପାଣ୍ଠିକୁ ମଧ୍ୟ କାର୍ଯ୍ୟରତ ଓ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀ କର୍ମଚାରୀଙ୍କ ପାଇଁ ଖର୍ଚ୍ଚ କରାଯାଏ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସଶସ୍ତ୍ର ବାହିନୀ ଧ୍ୱଜା ଦିବସ ସଶସ୍ତ୍ର ବାହିନୀର ସାହସ, ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିବାର ଦିନ। ଏକ ଭିଡ଼ିଓ ବାର୍ତ୍ତାରେ ସଶସ୍ତ୍ର ବାହିନୀ ଧ୍ୱଜା ଦିବସ ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବା ଲାଗି ସେ ନିବେଦନ କରିଛନ୍ତି।

Comments are closed.