ଅର୍ଜୁନ ମୁଣ୍ଡା ହେଲେ ଏଏଆଇର ସଭାପତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ତା ଶନିବାର ତୀରନ୍ଦାଜ ଆସୋସିଏସନ ଅଫ ଇଣ୍ଡିଆ(ଏଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୩ଜଣ ପର୍ୟ୍ୟବେକ୍ଷକଙ୍କ ଉପସ୍ଥିତିରେ  ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ପୂର୍ବତନ ଏଏଆଇ ସଭପତି ବିଜୟ କୁମାର ମାଲହୋତ୍ରାଙ୍କ ସମର୍ଥନ ପାଇଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ତା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଭିପି ରାଓଙ୍କୁ ୩୪-୧୮ ଭୋଟ ବ୍ୟବଧାନରେ ପରାସ୍ତ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅର୍ଜୁନ ମୁଣ୍ତାଙ୍କ ସହ ତାଙ୍କ ପ୍ୟାନେଲର ସମସ୍ତ ପ୍ରାର୍ଥୀ ବିଭିନ୍ନ ପଦପଦବୀରେ ବାଜିମାତ କରିଛନ୍ତି। ସମସ୍ତ ନିବନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ୟ୍ୟକାଳ ୪ ବର୍ଷ ରହିବ ।

ମହାରାଷ୍ଟ୍ରର ପ୍ରମୋଦ ଚଣ୍ଡିଗଡ଼ର ମହା ସିଂହଙ୍କୁ ୩୧-୨୧ରେ ହରାଇଥିବା ବେଳେ ସିନିୟର ଉପ ସଭାପତି ପଦ ପାଇଁ ହରିଆଣାର କ୍ୟାପ୍ଟେନ ଅଭିମନ୍ୟୁ ଶର୍ମା ମଣିପୁରର ଜିଏ ଇବୋପିଶକା ଶର୍ମାଙ୍କୁ ୩୨-୨୦ ଭୋଟରେ ପରାସ୍ତ କରିଛନ୍ତି। ଉତ୍ତରାଞ୍ଚଳର ରାଜେନ୍ଦ୍ର ସିଂହ ତୋମାର କୋଷାଧ୍ୟକ୍ଷ ପଦବୀ ପାଇଁ ଲଢ଼ୁଥିବା ଓଡ଼ିଶାର ସମୀକ୍ଷା ନନ୍ଦ ଦାସଙ୍କୁ ୩୪-୧୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଦେଶର ୩୧ଟି ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତୀରନ୍ଦାଜ ଆସୋସିଏସନ ଅଫ ଇଣ୍ଡିଆ(ଏଏଆଇ)ର ସଦସ୍ୟ ଅଛନ୍ତି। କିନ୍ତୁ କେବଳ ୨୬ଟି ରାଜ୍ୟ ନିଜର ଭାଗରେ ଥିବା ଦୁଇଟି ଲେଖାଏଁ ଭୋଟ ଦେଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ଉତ୍ତର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ପଞ୍ଜାବ ଓ ଜମ୍ମୁ-କଶ୍ମୀର ଭାଗ ନେଇ ନଥିଲେ

Comments are closed.