ଦୂତୀ ଚାନ୍ଦଙ୍କ ସମେତ ୨୭ ଜଣ ପାଇବେ ଅର୍ଜୁନ ପୁରସ୍କାର

ଅଲିମ୍ପିଆନ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସମେତ ୨୭ଜଣ ଚଳିତ ବର୍ଷର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ। ଏଥିନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇଛି। ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପକ୍ଷରୁ ମଙ୍ଗଳବାର କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟକୁ ୨୭ଜଣ ଖେଳାଳିଙ୍କ ନାମ ସୁପାରିଶ କରାଯାଇଥିଲା। ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ହକି ଖେଳାଳି ସର୍ଦ୍ଦାର ସିଂହ ପ୍ରମୁଖଙ୍କୁ ନେଇ ଗଠିତ ଉକ୍ତ କମିଟି ପକ୍ଷରୁ ଖେଳାଳିଙ୍କ ନାମ ସୁପାରିସ କରାଯାଇଥିଲା।

କମିଟିର ସୁପାରିସକୁ କ୍ରୀଡ଼ା ମନ୍ତ୍ରାଳୟ ଅନୁମୋଦନ ପ୍ରଦାନ କରିଛି। ଏଥିରେ କ୍ରିକେଟର ଇଶାନ୍ତ ଶର୍ମା, ମହିଳା କ୍ରିକେଟର ଦିପ୍ତୀ ଶର୍ମା, ଅତନୁ ଦାଶ (ତୀରନ୍ଦାଜୀ), ସ୍ୱସ୍ତିକ ସାଇରାଜ ରିଙ୍କିରେଡ୍ଡି, ଚିରାଗ ଚନ୍ଦ୍ରଶେଖର ସେଠୀ (ବ୍ୟାଡମିଣ୍ଟନ୍‌) ବିଶେଷ ବିଗୃବଂଶୀ (ବାସ୍କେଟବଲ), ସୁବେଦାର ମନୀଷ କୌଶିକ, ଲଭଲିନା ବୋର୍ଗହିଆନ (ବକ୍ସିଂ), ସାୱନ୍ତ ଅଜୟ ଅନନ୍ତ (ଇକ୍ୱାଟିଆନ), ସନ୍ଦେଶ ଝିଙ୍ଗାନ (ଫୁଟବଲ), ଆଦିତି ଅଶୋକ (ଗଲ୍‍ଫ), ଆକାଶଦୀପ୍‍ ସିଂହ, ଦୀପିକା (ହକି), ଦୀପକ (କବାଡ଼ି), କଳା ଶିର୍କା ସୁଧାକର (ଖୋଖୋ), ଦତୁବାବନ ଭୋକାନାଲ (ନୌଚାଳନା), ମାନୁ ଭାକର ଓ ସୌରଭ ଚୌଧୁରୀ (ବନ୍ଧୁକଚାଳନା), ମାଧୁନିକା ସୁହାସ ପାଟ୍‍କର (ଟେବୁଲ ଟେନିସ),ଦିଭିଜ୍‌ ସରଣ (ଟେନିସ), ଶିବ କେଶବନ୍‍ (ଶୀତଳକାଳୀନ କ୍ରୀଡ଼ା), ରାହୁଲ ୱାରେ (କୁସ୍ତି), ସୁବାସ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦୀପ ପାରା (ଆଥ୍‍ଲେଟ୍‍) ଓ ମନୀଷ ନରୱାଲ (ପାରା ବନ୍ଧୁକଚାଳାନା) ପ୍ରମୁଖ ରହିଛନ୍ତି।

ଭାରତୀୟ ତାରକା କ୍ରିକେଟର୍‌ ରୋହିତ ଶର୍ମା, ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌, ପାରାଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ଜିତିଥିବା ମାରିୟାପାନ୍ନ ଥାଙ୍ଗାଭେଲୁ, ମହିଳା ଟେବୁଲ ଟେନିସ୍‌ ଖେଳାଳି ମାନିକା ବାତ୍ରା, ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ୍‌ ଖେଳରତ୍ନ ପୁରସ୍କାର ପାଇବେ।

ଅନ୍ୟପକ୍ଷରେ ମହିଳା ମଲ୍ଲଯୋଦ୍ଧା ସାକ୍ଷୀ ମଲିକ୍‌ ଓ ମହିଳା ଭାରୋତ୍ତୋଳନକାରୀ ମୀରାବାଈଙ୍କୁ ଅର୍ଜୁନ ପୁରସ୍କାର ମିଳିବ ନାହିଁ ବୋଲି ଜଣାପଡ଼ିଛି। ଏହି ଦୁଇଜଣ ପୂର୍ବରୁ ଖେଳରତ୍ନ ପୁରସ୍କାର ପାଇଥିବାରୁ ସେମାନଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ନାହିଁ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ସେହିପରି ଜୁଡ୍‌ ଫେଲିକ୍ସ (ହକି), ଯୋଗେଶ୍ବର ମାଲବ୍ୟ(ମାଲଖମ୍ବ), ଯଶପାଲ୍‌ ରାଣା (ସୁଟିଂ), କୁଲଦୀପ କୁମାର ହାଣ୍ଡୋ (ଉଷୁ), ଗୌରବ ଖାନ୍ନା (ପାରା ବ୍ୟାଡମିଣ୍ଟନ୍‌), ଦେବେନ୍ଦ୍ର ତିର୍କୀ (ତୀରନ୍ଦାଜୀ), ପୁରୁଷୋତ୍ତମ ରାୟ (ଆଥଲେଟିକ୍‌ସ), ଶିବ ସିଂହ (ବକ୍ସିଂ), ରମେଶ ପଠାଣିଆ (ହକି), କିଷନ୍‌ କୁମାର ହୁଡ୍ଡା (କବାଡ଼ି), ବିଜୟ ମୁନିସ୍‌ୱାର (ପାରା ପାୱାରଲିଫ୍‌ଟିଂ), ନରେଶ କୁମାର( ଟେନିସ୍‌), ଓମ୍‌ ପ୍ରକାଶ ଦାହିୟା (କୁସ୍ତି) ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବେ।

କୁଲଦୀପ୍‌ ସିଂହ ଭୁଲର୍‌ (ଆଥଲେଟିକ୍‌ସ), ଜିନ୍ସି ଫିଲିପ୍ସ (ଆଥଲେଟିକ୍‌ସ), ପ୍ରଦୀପ ଶ୍ରୀକ୍ରିଷ୍ଣା (ବ୍ୟାଡମିଣ୍ଟନ୍‌), ତୃପ୍ତି ମୁରଗୁଣ୍ଡେ(ବ୍ୟାଡମିଣ୍ଟନ୍‌), ଏନ୍‌ ଉଷା (ବକ୍ସିଂ), ଲାଖା ସିଂହ (ବକ୍ସିଂ), ସୁଖବିନ୍ଦର ସିଂହ ସାନ୍ଧୁ (ଫୁଟବଲ୍‌), ଅଜିତ ସିଂହ (ହକି), ମନ୍‌ପ୍ରୀତ ସିଂହ (କବାଡ଼ି), ଜେ.ରଞ୍ଜିତ କୁମାର (ପାରା ଆଥଲେଟିକ୍‌୍‌ସ), ସତ୍ୟପ୍ରକାଶ ତିୱାରୀ (ପାରା ବ୍ୟାଡମିଣ୍ଟନ୍‌), ମନ୍‌ଜିତ ସିଂହ (ରୋଇଂ), ସ୍ବର୍ଗତ ସଚିନ ନାଗ୍‌ (ସନ୍ତରଣ), ନନ୍ଦନ (ଟେନିସ୍‌), ନେତ୍ରପାଲ୍‌ ହୁଡ୍ଡା (କୁସ୍ତି)ଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତଥର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ନ ହୋଇ ଭର୍ଚୁଆଲ୍‌ ଫ୍ଲାଟଫର୍ମରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Comments are closed.