ବିରଜା ପାଞ୍ଜିର ଭବିଷ୍ୟବାଣି: ପଣା ସଂକ୍ରାନ୍ତି ଠାରୁ ସାରା ବିଶ୍ୱରୁ ଅପସରି ଯିବ ମହାମାରୀ କରୋନା!

କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ଦୋଳଯାତ୍ରା

ଆରଡି: କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଦୋଳଯାତ୍ରା ନୀତି। ଯାତ୍ରା ଦିନ ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ ସହ ସମସ୍ତ ନୀତିକାନ୍ତି ଅପରାହ୍ଣ ୪ଟା ସୁଧା ସରିବା ପରେ ଦୋଳ ନୀତିକାନ୍ତି ପାଇଁ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ପରେ ମଣିବାବାଙ୍କ ଚଳନ୍ତୀ ପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟା, କିର୍ତ୍ତନ ସହ ଆଲଟ ଚାମର ଆଦିରେ ଦୋଳମଣ୍ଡପକୁ ବିଜେ କରାଯାଇ ସେବାୟତଙ୍କ ଦ୍ୱାରା ରଙ୍ଗବେରଙ୍ଗର ଅବିର ଲେପନ କରାଯାଇଥିଲା। ପରେ ଶହଶହ ବର୍ଷ ଧରି ପୀଠକୁ ଆସୁଥିବା ଠୋକରାର ରାଧାକୃଷ୍ଣ, ଡିହସାହିର ରସିକନାଗର, ବାଟିପଣ୍ଡାଘର ରାଧାକୃଷ୍ଣ, ଜଗନ୍ନାଥମନ୍ଦିରର ମଦନମୋହନ ଭିନ୍ନ ସୁସଜ୍ଜିତ ବିମାନରେ ପହଁଚିବା ପରେ ସମସ୍ତ ବିମାନ ଗୁଡିକୁ ନଗରୀ ପରିକ୍ରମା କରାଯାଇଥିଲା। ପରେ କୋଭିଡ କଟକଣା ମଧ୍ୟରେ ଭୋଗ ଓ ନୀତିକାନ୍ତି କରାଯିବା ସହ ରାତ୍ର ୮ଟା ମଧ୍ୟରେ ଚଳିତବର୍ଷର ନୂତନ ବିରଜା ପାଞ୍ଜି ଜ୍ୟୋତିଷଙ୍କ ଦ୍ୱାରା ପାଠ କରାଯାଇଥିଲା।

ବିରଜା ପାଞ୍ଜିର ଭବିଷ୍ୟବାଣୀ ଅନୁଯାୟୀ ଦୀର୍ଘ ଏକବର୍ଷ ହେବ ଦେଖା ଦେଇଥିବା ମହମାରୀ କରୋନ ଆସନ୍ତା ପଣାସଂକ୍ରାନ୍ତୀ ଠାରୁ ସାରା ବିଶ୍ୱରୁ ଧିରେଧିରେ ଅପସରି ଯିବ। ତା’ସହ ଭଲ ଅମଳ ସହିତ ବାତ୍ୟା, ବନ୍ୟା ଓ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେବ ବୋଲି ବିରଜା ପାଞିରେ ଉଲେଖ୍ୟ ରହିଥିବା ଜ୍ୟୋତିଷମାନେ ପ୍ରକାଶ କରିଥିଲେ।

Comments are closed.