ମେ ୧୯ରୁ ଏୟାର ଇଣ୍ଡିଆର ବିମାନ ଉଡ଼ାଣ

ଚେନ୍ନାଇ: ଆସନ୍ତା ୧୯ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ଦେଶର କେତେକ ସହରରେ ବିମାନ ଉଡ଼ାଣ ଆରମ୍ଭ ହେବ। ମେ ୧୯ ତାରିଖରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ବିମାନ ଉଡ଼ାଣ ହେବା ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ଲୋକ ଫସି ରହିଛନ୍ତି। ତେଣୁ ସେମାନଙ୍କ ସୁବିଧା ଲାଗି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ବିମାନ ବନ୍ଦରକୁ ଅଧିକ ବିମାନ ଚଳାଚଳ କରିବ। ଦିଲ୍ଲୀରୁ୧୭୩ ବିମାନ, ମୁମ୍ବାଇରୁ ୪୦, ହାଇଦ୍ରାବାଦରୁ ୨୫ ଏବଂ କୋଚିରୁ ୧୨ ବିମାନ ଚଳାଚଳ କରିବ। ଦିଲ୍ଲୀରୁ ଜୟପୁର, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅମୃତସର, କୋଚି, ଅହମଦାବାଦ, ବିଜୟୱାଡ଼ା, ଗୟା, ଲକ୍ଷ୍ନୌ ସମେତ ଅନ୍ୟ କେତେକ ସହରକୁ ବିମାନ ଉଡ଼ିବ। ସେହିପରି ମୁମ୍ବାଇରୁ ବିଶାଖାପାଟଣା, କୋଚି, ଅହମଦାବାଦ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ବିଜୟୱାଡାକୁ ବିମାନ ଉଡ଼ାଣ କରିବ। ବେଙ୍ଗାଲୁରୁରୁ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ହାଇଦ୍ରାବାଦରୁ ମୁମ୍ବାଇ, ଦିଲ୍ଲୀ ବିମାନ ଚଳାଚଳ କରିବ। ଏହାବ୍ୟତୀତ ଭୁବନେଶ୍ଵରରୁ ବେଙ୍ଗାଲୁରୁ ବିମାନ ଉଡ଼ିବ।

Comments are closed.