ସିଦ୍ଧୁଙ୍କ ସ୍ଥାନ ନେଲେ ଅର୍ଚ୍ଚନା

0

ନୂଆଦିଲ୍ଲୀ : ଦ କପିଲ ଶର୍ମା ସୋ’ରୁ ନବଜୋତ ସିଂହ ସିଦ୍ଧୁଙ୍କୁ ବହିଷ୍କାର କରାଯାଇଛି। ସୋ’ରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚ୍ଚନା ପୁରଣ ସିଂହକୁ ଦେଖିବାକୁ ମିଳିବ। ସୋନି ଟିଭି ନିଜର ଅଫିସିଆର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ସିଦ୍ଧୁଙ୍କ ସ୍ଥାନରେ କପିଲ ଅର୍ଚ୍ଚନାଙ୍କୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ ନବଜୋତ ସିଂହ ସିଦ୍ଧୁ ପୁଲୱାମା ଆକ୍ରମଣରେ ପାକିସ୍ତାନ ସପକ୍ଷରେ କହୁଥିବା ଅଭିଯୋଗରେ ସୋ’ରୁ ବହିଷ୍କାର କରିଛି। ନବଜୋତ ସିଂହ ସିଦ୍ଧୁଙ୍କ କୌଣସି କାର୍ଯ୍ୟ ଯୋଗୁଁ ଏହି ସୋ ତାଙ୍କୁ ଛାଡିବାକୁ ପଡିବ ବୋଲି ସୂଚନା ମଳିଥିଲା। କିନ୍ତୁ, ସୋନି ଟିଭି ଏହି ସମସ୍ତ ଆଲୋଚନାରେ ବିରାମ ଲଗାଇ ନବଜୋତ ସିଂହ ସିଦ୍ଧୁଙ୍କୁ ସୋରୁ ବହିଷ୍କାର କରିଥିବା ସ୍ପଷ୍ଟ କରିଛି। ବର୍ତ୍ତମାନ ସୋରେ ନବଜୋତ ସିଂହଙ୍କ ସ୍ଥାନରେ ଅର୍ଚ୍ଚନା ଜଜ ଭାବରେ ନଜର ଆସିବେ।

Leave A Reply