MEllora 950×100

ପୁଣି ଇଡିରେ ହାଜର ହେଲେ ହୋଟେଲ ମାଲିକ

ଭୁବନେଶ୍ୱର : ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ହୋଟେଲ ମାଲିକ ଶିବପ୍ରସାଦ ଦାସ। ଶନିବାର ଅର୍ଚ୍ଚନା ନାଗ ମାମଲାରେ ପୁଣି ଇଡିରେ ହେଲେ ହାଜର। ଏହି ମାମଲାରେ ଦ୍ୱିତୀୟ ଥର ହାଜର ହେଲେ ଶିବପ୍ରସାଦ। ଏହା ପୂର୍ବରୁ ମଧ୍ୟ ଶିବପ୍ରସାଦଙ୍କୁ ଗତ ଗୁରୁବାର ୧୨ ଘଣ୍ଟା ଜେରା କରିଥିଲା ଇଡି।
ତେବେ ଇଡିରେ ହାଜର ହେବା ପରେ ଶିବପ୍ରସାଦ ପ୍ରତିକ୍ରିୟା ଦେଇଛନ୍ତି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜାଣିଛି କିନ୍ତୁ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରଙ୍କୁ ଜାଣିନି। କୌଣସି ଡିଲ୍‌‌ କଥାକୁ ଅସ୍ୱୀକାର କରିଥିବା ସହ କାହାରିକୁ ଟଙ୍କାଟିଏ ଦେଇନି ବୋଲି ଶିବପ୍ରସାଦ କହିଛନ୍ତି। ଇଡି ଯେତେ ଥର ଡାକିବ ଆସିବି,ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ, ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଜାରି ରଖିଛି ଇଡି। ଡିସେମ୍ବର ୧ରେ  ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ହୋଟେଲ ମାଲିକ ଶିବ ପ୍ରସାଦ ।  ଇଡିର ସମନ ପରେ ଶିବ ପ୍ରସାଦ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ। ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ଓ ସମ୍ପର୍କକୁ ନେଇ ଇଡି ଶିବଙ୍କୁ ଜେରା କରିଥିଲା। ପୂର୍ବରୁ ଏହି ଘଟଣାରେ ବ୍ୟବସାୟୀ, ପ୍ରଯୋଜକ ଓ ସହଯୋଗୀଙ୍କୁ ଇଡି ପକ୍ଷରୁ ସମନ ହୋଇଥିବା ବେଳେ ସେମାନଙ୍କୁ ଜେରା ମଧ୍ୟ କରାଯାଇଛି ।

 

Comments are closed.