ମୋଦୀ ସରକାରରେ ମନ୍ତ୍ରୀ ହେବେ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିବେ। ତେବେ ମୋଦୀଙ୍କ ଟିମ୍‌ରେ କେଉଁମାନେ ମନ୍ତ୍ରୀପଦ ପାଇବେ ତାହାକୁ ନେଇ ନାନା ଚର୍ଚ୍ଚା ଚାଲିଥିବାବେଳେ ବିଜେପିର ପ୍ରମୁଖ ସହଯୋଗୀ ଶିବ ସେନା ପକ୍ଷରୁ ଏହାର ଜଣେ ସାଂସଦଙ୍କ ନାମ ମନ୍ତ୍ରୀପଦ ପାଇଁ ସୁପାରିସ୍‌ କରାଯାଇଛି। ସେ ହେଉଛନ୍ତି ଅରବିନ୍ଦ ସାୱନ୍ତ। ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ଦଳର ଜଣେ ନେତା ମନ୍ତ୍ରୀ ଭାବେ ଶପଥ ନେବେ। ଦଳ ମୁଖ୍ୟ ଉଦ୍ଧଭ ଠାକରେ ଅରବିନ୍ଦ ସାୱନ୍ତଙ୍କ ନାମ ସୁପାରିସ କରିଛନ୍ତି। ସେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅରବିନ୍ଦ ସାୱନ୍ତ ଦକ୍ଷିଣ ମୁମ୍ବଇ ଆସନରୁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେର ମିଲନ୍ଦ ଦେୱଡ଼ାଙ୍କୁ ୧ ଲକ୍ଷ ୬୭ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି।

Comments are closed.