ଆଖଣ୍ଡଳମଣିଙ୍କ ପୀଠରେ ଗଜଲକ୍ଷ୍ମୀ ପୂଜା

ଆରଡି: ପବିତ୍ର କୁମାର ଉତ୍ସବ ଅବସରରେ ଆରଡି ଆଖଣ୍ଡଳମଣିଙ୍କ ପୀଠରେ ୨ଟି ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ଗତକାଲି ମାଙ୍କ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ଘଟସ୍ଥାପନ ସହ ମାଙ୍କୁ ଆବାହାନ ପୂଜା କରାଯାଇଥିବା ବେଳେ ଶନିବାର ଚଣ୍ଡିପାଠ, ଷୋଡଶ ଉପଚାର ପୂଜା, ଯଜ୍ଞ ଆଦି ଅନୁଷ୍ଠିତ ହେଉଛି। ଏହି ପୂଜା ଆସନ୍ତା ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି। ଚଳିତବର୍ଷ ମହାମାରୀ କୋରନା ପାଇଁ ପୀଠରେ କଟକଣା ଜାରି ରହିଥିବାରୁ ପୂଜା ମଣ୍ଡପରେ ସୀମିତ ସେବାକାରୀଙ୍କୁ ବାଦ ଦେଲେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବନ୍ଦ ରହିଛି। ସେହିପରି ଷାଠିବାଙ୍କୁଡା, ଓଳଗ, ବୋଡକ, ଦୋହରାପାଟଣା ସୁନ୍ଦରପୁର , ନାନ୍ଦପୁର ଆଦି ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୂଜା ନିଡାମ୍ବରରେ କରାଯାଉଛି।

Comments are closed.