ଆରଡି ପଞ୍ଚାୟତରେ ରିଲିଫ ବଣ୍ଟନ ଅବ୍ୟବସ୍ଥାର ଖୋଲୁଛି ଗୁମର

ରିଲିଫ ବଦଳରେ ୧୦ଟଙ୍କା ନେବା ଘଟଣାର ତଦନ୍ତ କଲେ ବ୍ଲକ ଅଧିକାରୀ

– ଗୋଦାମ ଘର ଚଟାଣରେ ଲୋଟୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ବଳକା ରିଲିଫ ଚାଉଳ
– ବିପନ୍ନଙ୍କୁ ୫୦କେଜି ଚାଉଳ ସ୍ଥାନରେ ମିଳିଛି ୪୭/୪୯କେଜି ଚାଉଳ
– ପଞ୍ଚାୟତ ଅଧିକାରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇ ତଦନ୍ତକାରୀ ଅଧିକାରୀଙ୍କ ଅସନ୍ତୋଷ

ଆରଡି: ବଡବାବୁଙ୍କ ଆଦେଶ ୧୦ଟଙ୍କା ଦିଅ ରିଲିଫ ନିଅ, ଏପରି କହି ବନ୍ୟା ବିପନ୍ନଙ୍କଠାରୁ ଆଦାୟ କରୁଥିଲେ ଭଦ୍ରକ ଜିଲା ଆରଡି ପଞ୍ଚାୟତର ନିର୍ବାହୀ ଅଧିକାରୀ ସଂଜୟ ଦାସ। ଏପରିକି ୧୦ଟଙ୍କା କାହିଁକି ଦେବୁ ବୋଲି ବିପନ୍ନମାନେ ପଞ୍ଚାୟତ ଅଧିକାରୀଙ୍କୁ ଅଭିଯୋଗ କରିବାରୁ ବିଡିଓଙ୍କ କଡା ନିର୍ଦେଶ ଚାଉଳ ଅଖା ପାଇଁ ୧୦ଟଙ୍କା ନଦେଲେ ମିଳିବନି ଚାଉଳ। ଯାହାକି ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଆଦାୟ କରୁଥିଲେ ଦାୟୀତ୍ୱରେ ଥିବା ପଞ୍ଚାୟତ ଅଧିକାରୀ ଓ ଶିକ୍ଷକ। ଏପରି ରିଲିଫ ବଣ୍ଟନ ଅବବ୍ୟବସ୍ଥା ବାବଦରେ ଖବର ପ୍ରକାଶ ପାଇବା ପରେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସଙ୍କ ନିର୍ଦେଶ କ୍ରମେ ବ୍ଲକ ସାମାଜିକ ମଙ୍ଗଳ ଉନ୍ନୟନ ଅଧିକାରୀ ବିଶ୍ୱରଞନ ପ୍ରଧାନ ଆରଡି ପଞ୍ଚାୟତ କାର୍ୟ୍ୟାଳୟକୁ ଆସି ସାଧାରଣ ଲୋକଙ୍କୁ ରିଲିଫ ବଣ୍ଟନ ବାବଦରେ ପଚାରି ବୁଝିଥିଲେ।

ଅଭିଯୋଗକାରୀ ବିପନ୍ନଙ୍କ କହିବା ଅନୁଯାୟୀ, ଆମେ ଚାଉଳ ନେବା ପାଇଁ ଅଖା ଆଣିଥିଲେ ମଧ୍ୟ ୧୦ଟଙ୍କା ନେବା ସହିତ ଓଜନ ନକରି ୫୦କେଜି ଚାଉଳ ଅଛି ବୋଲି ଆମକୁ ଦେଇଥିଲେ। ହେଲେ ଆମେ ଓଜନ କରିବାରୁ କେଉଁଟା ୪୬କେଜି ତ ଆଉ କେଉଁଟା ୪୭/୪୮କେଜି ଥିଲା। ଏ ବାବଦରେ ପଞ୍ଚାୟତ ଅଧିକାରିଙ୍କୁ ଜଣାଇବାରୁ ଆମେ କିଛି କରି ପାରିବୁ ନାହିଁ ଯାହା ଆସିଛି ତାହା ନେବ ବୋଲି କହିଥିଲେ। ତାହାସହ ତଦନ୍ତକାରୀ ଅଧିକାରୀ ଶ୍ରୀ ପ୍ରଧାନ ପଞ୍ଚାୟତ ଗୋଦାମଘରେ ଥିବା ଚାଉଳର ଅନୁଧ୍ୟାନ କରିବା ସମୟରେ ଦେଖିବାକୁ ପାଇଥିଲେ କି ଶତାଧିକ ଚାଉଳ ବସ୍ତା ସମେତ କ୍ୱିଣ୍ଟାଲକ୍ୱିଣ୍ଟାଲ ଚାଉଳ ଖୋଲାମେଲା ଭାବେ ଚଟାଣରେ ପଡି ରହିଛି। ଯାହାକୁ ନେଇ ପଞ୍ଚାୟତ ଅଧିକାରିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ତଦନ୍ତକାରୀ ଅଧିକାରୀ। ଏପରିକି ପଞ୍ଚାୟତ ଅଧିକାରୀଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ତଦନ୍ତକାରୀ ଅଧିକାରୀ ଶ୍ରୀ ପ୍ରଧାନ ବିରକ୍ତି ପ୍ରକାଶ କରିଥିଲେ। ତାହାସହ ଦାୟୀତ୍ୱରେ ଥିବା ଶିକ୍ଷକଙ୍କୁ ପଚାରିବାରୁ ବକେୟା ଥିବା ବିପନ୍ନଙ୍କ ଠାରୁ ଚାଉଳ ଷ୍ଟକ ଅଧିକ ଗଛିତ ରହିଥିବା ଜାଣିବାକୁ ପାଇଥିଲେ। ଏପରି ତଦନ୍ତ ବାବଦରେ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି।  ରିପୋର୍ଟ ଆସିବା ପରେ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.