ଆରଡି ପୀଠରେ ତହସିଲଦାରଙ୍କ ଅଚାନକ ଚଢାଉ, ୪ ଦୋକାନ ସିଲ

ଆରଡି : କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରୀ କରିଛନ୍ତି। ଏବେ ଅଧିକ କରୋନା ସଂକ୍ରମଣ ଗ୍ରାମାଞ୍ଚଳରେ ଦେଖା ଦେଉଥିବାରୁ ପୁର୍ନବାର ଜୁନ ୧ ଯାଏଁ ଲକଡାଉନ ଓ ସଟଡାଉନ ବୃଦ୍ଧି କରାଯିବା ସହ ଅତ୍ୟାବଶ୍ୟକ    ଦୋକାନ ଖୋଲିବା ଉପରେ ମଧ୍ୟ ତହସିଲଦାର ସମୟ ନୀର୍ଘଣ୍ଟ  କରିଛନ୍ତି। ହେଲେ ଭଦ୍ରକ ଜିଲା ଆରଡିପୀଠରେ ମଙ୍ଗଳବାର ସନ୍ଧ୍ୟାରେ କେତେକ ଦୋକାନୀ କୋଭିଡ ନିୟମକୁ ଉଲଂଘନ କରି ଦୋକାନ ଖୋଲା ରଖିଥିବା ସମୟରେ ଚାନ୍ଦବାଲି ତହସିଲିଦାର ସୁଶାନ୍ତ ସୁତାର, ଅତିରିକ୍ତ ତହସିଲଦାର, ଆରଡି ଆର.ଆଇ ପ୍ରମୁଖ ଅଚାନକ ଚଢାଉ କରି ୪ଟି ଦୋକାନ ସିଲ କରିଛନ୍ତି । ଏପରିକି ମୋଟା ଅଙ୍କରେ ଫାଇନ କଟାଯାଇଥିବା ତହସିଲଦାର କହିଛନ୍ତି।

Comments are closed.