ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ଭକ୍ତଙ୍କ ଅବାଧ ପ୍ରବେଶ

ଅଧିକ ଦକ୍ଷିଣା ପାଇଁ କିଛି ସେବାୟତ କଟକଣାକୁ କଲେ ଫୁ; ସକାଳ ନୀତିକାନ୍ତିରେ ବିଳମ୍ବ

ଆରଡି: ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହ ମଧ୍ୟକୁ ଶନିବାର ଭକ୍ତ ଓ ଅଣସେବାୟତଙ୍କ ଅବାଧ ପ୍ରବେଶ ଯୋଗୁ ସକାଳ ନୀତିରେ ବିଳମ୍ବ ଦେଖାଦେଇଥିଲା । ମନ୍ଦିରର ନିୟମ ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ ସେବାକାରୀଙ୍କ ବ୍ୟତୀତ ଅନ୍ୟକେହି ପ୍ରବେଶ କରିପାରିବେ ନାହିଁ । ହେଲେ କିଛି ସେବାୟତ ଏହି ନିୟମକୁ “ଫୁ” କରି ବଳପୂର୍ବକ ଭାବେ ଅଧିକ ଦକ୍ଷିଣା ପାଇବା ପାଇଁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଥିଲେ ।

ଏହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲେ ମଧ୍ୟ କିଛି ସେବାୟତ ପ୍ରଶାସନିକ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଜୋର ଜବରଦସ୍ତ ପୁର୍ନବାର ଭକ୍ତଙ୍କ ପ୍ରବେଶ କରିବାରୁ ସକାଳ ନୀତି ପହଡିଖିଆ ଧୂପରେ ବିଳମ୍ବ ଦେଖା ଦେଇଥିଲା ।

ଆଉ କିଛି ଭକ୍ତ ଲୁଗା ପିନ୍ଧି ପାଣି କଳସ ଧରି ନେଉଥିବାରୁ କିଛି ସେବାୟତ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ କିଛିସମୟ ଧରି ହୋହଲ୍ଲା ଦେଖାଦେଇଥିଲା । ଏପରିକି ମନ୍ଦିର ପରିଚାଳକ ବାରଣ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଏପରି ଘଟଣା ସର୍ମ୍ପକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ରଙ୍କୁ ଜଣାଯିବା ପରେ ମନ୍ଦିର ନିୟମକୁ ଉଲ୍ଲଂଘନ କରିଥିବା ସେବାୟତଙ୍କ ବିରୋଧରେ  ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Comments are closed.