ସ୍ୱାମୀର ଜୀବନ ରକ୍ଷା ପାଇଁ ପତ୍ନୀର ନିବେଦନ

ଆରଡି: ଭଦ୍ରକ ଜିଲ୍ଲା ଆରଡିପୀଠର ଜଣେ ପରୋପକାରୀ ଓ ଦୟାଳୁ ମଣିଷ ସମର ପାଢୀ ଲିଭର ରୋଗରେ ପୀଡିତ ହୋଇଛନ୍ତି । ସଦା ସର୍ବଦା ଲୋକଙ୍କ ଦୁଃଖରେ ଛଡ଼ା ହେଉଥିବା ମଣିଷ ଆଜି ନିଜ ପାଇଁ ସାହାରା ଖୋଜୁଛନ୍ତି ।  ବନ୍ୟା ହେଉ କିମ୍ବା ବାତ୍ୟା ଅତୀତରେ ବିପଦ ଆପଦରେ ପଡିଥିବା ଅନେକ ବ୍ୟକ୍ତିଙ୍କୁ ସେ ସାହାଯ୍ୟର ହାତ ବଢାଇଛନ୍ତି । କରୋନା ମହାମାରୀ ବେଳେ ସେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ପାଖରେ ରିଲିଫ ଧରି ପହଞ୍ଚିଥିଲେ ।

ଆଜି ସେ   ହାଇଦ୍ରାବାଦସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କର ଲିଭର ନଷ୍ଟ ହୋଇଯାଇଛି । ଅନ୍ୟ ଏକ ଲିଭର ଲାଗିବାକୁ ପ୍ରାୟ ୪୦ ଲ଼କ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି ।ତାଙ୍କ ପତ୍ନୀଙ୍କ ପକ୍ଷରେ ଏତେ ପରିମାଣର ଟଙ୍କା ଯୋଗାଡ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଏପରି ପରିସ୍ଥିତିରେ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସେ ଓଡିଶାବାସୀଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ କରିଛନ୍ତି । ସମର ପାଢୀଙ୍କ ଏଭଳି ଦୁର୍ଦ୍ଦିନ ସମୟରେ ଆପଣ ମାନଙ୍କ ସହାୟତା ନିହାତି ଆବଶ୍ୟକ ରହିଛି । ଯଦି କେହି ସହୃଦୟର ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଚାହୁଁଛନ୍ତି ତେବେ ଏହି ଫୋନ୍‌ ନମ୍ବର ଓ ଠିକଣାରେ ପଠାଇବାକୁ ଅନୁରୋଧ କରିଛନ୍ତି ସାରଙ୍କ ପତ୍ନୀ ମୋ_୮୩୨୮୮୩୯୮୧୪

ସା/ପୋ_ ଆରଡି

ଜିଲା_ ଭଦ୍ରକ, ପିନ_ ୭୫୬୧୩୮

ଆକାଉଣ୍ଟନଂ_  ୩୭୯୫୦୧୦୦୦୦୦୦୨୯୮୬

IFSC, CODE_ IOBA0003795

Comments are closed.