ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୨ ଗିରଫ

ଆରଡି: ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୁଷୁରୀ ଥାନା ଅନ୍ତର୍ଗତ ଆରଡ଼ିପୀଠରେ ଚଢାଉ କରି ପାଖାପାଖି ୧୮ପେଟି ବିଦେଶୀ ଓ ଦେଶୀ ମଦ ଜବତ କରିବା ସହିତ ୧ଟି ଡିପ ଫ୍ରିଜ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ ଆରଡ଼ି ଗ୍ରାମର ସୁଶୀଲ ଜେନା ଓ ଅମର ଦାସ।

ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୫ଟି ମାମଲା ରୁଜ୍ଜୁ କରାଯାଇଛି।

Comments are closed.