ଆରଡିଅଞ୍ଚଳରେ ୬ଘଣ୍ଟିଆ ବନ୍ଦ ପାଳନ

ଆରଡି: ଶିକ୍ଷୟତ୍ରୀ ମମତା ମେହେରଙ୍କ ହତ୍ୟାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ଅଞ୍ଚଳର ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏହି ବନ୍ଦପାଳନରେ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳ ବନ୍ଦ ରହିଥିଲା ।

 

ମଠଡିହଛକ ନିକଟରେ ରାସ୍ତାର ଦୁଇ ପାର୍ଶ୍ବରେ ଗାଡି ଅଟକି ରହି ଥିବାରୁ ଆରଡିପୀଠକୁ ଆସିଥିବା ଯାତ୍ରୀମାନେ ଚାଲିଚାଲି ମନ୍ଦିର ପାଖକୁ ଆସିଥିଲେ। ଏହି ବନ୍ଦ ପାଳନରେ ଆଖଣ୍ଡଳମଣି ବିଜେପି ମଣ୍ଡଳର ସଭାପତି ତଥା ପୂର୍ବତନ ସରପଞ୍ଚ କିଶୋର ନାୟକ, ବରିଷ୍ଠକର୍ମୀ ତଥା ସମିତିସଭ୍ୟ ଟୁଟୁ ପଣ୍ଡା, ଗଦାଧର ପାଢୀ, ପିଣ୍ଟୁ ନାୟକ, କିସନ ପାଢୀଙ୍କ ସହ ବହୁ କର୍ମୀ ବିଭିନ୍ନ ପ୍ରକାର ନାରାବାଜି ଦେବା ସହ ଆଖଣ୍ଡଳମଣିପ ଭଦ୍ରକପ ଯାଜପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ।

Comments are closed.