ଭଦ୍ରକ ମୁଖ୍ୟ ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷାପାଣି, ଯାତାୟତ ବାଧାପ୍ରାପ୍ତ

ଆରଡି: ଲଘୁଚାପ ପ୍ରଭାବରେ ଗତ ୨ଦିନ ହେଲା ଚାନ୍ଦବାଲି ଉପକୂଳବର୍ତ୍ତି ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା। କେତେକ ସ୍ଥାନରେ ବର୍ଷାପାଣି ନିଷ୍କାସନ ନହୋଇ ଜମି ରହୁଛି। ଯାହାଫଳରେ ଯାତାୟତରେ ନାନା ଅସୁବିଧା ସମୁଖିନ ହେଉଛନ୍ତି ପଥଚାରୀ। ବିଶେଷକରି ଆଖଣ୍ଡଳମଣି ଭଦ୍ରକ ରାଜ୍ୟ ରାଜପଥର ସୁନ୍ଦରପୁର ନିକଟରେ ମୁଖ୍ୟ ରାସ୍ତାରୁ ବର୍ଷାପାଣି ନିଷ୍କାସନ ହେଉନଥିବାରୁ ଗତ ୨ଦିନ ହେଲା ପାଣି ଜମି ରହିଛି। ଫଳରେ ପର୍ଯ୍ୟଟନକ୍ଷେତ୍ର ଆଖଣ୍ଡଳମଣି ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ନାନା ଅସୁବିଧାରେ ସମୁଖିନ ହେଉଛନ୍ତି। ଦୀର୍ଘବର୍ଷ ହେବ ରାସ୍ତାଗୃହ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତାର ମରାମତି ହେଉନଥିବା ବେଳେ ପାଣି ନିଷ୍କାସନ ନିମନ୍ତେ ଥିବା ନାଳ ଓ ନଇଯୋର ପୋତି ହୋଇ ପଡିବାରୁ ଏପରି ଅବସ୍ଥା ଉପୁଜିଥିବା ସ୍ଥାନୀୟ ଲୋକ କହିଛନ୍ତି।

Comments are closed.