ଆରଡି ପୀଠରେ ଚାନ୍ଦବାଲି ତହସିଲିଦାରଙ୍କ ଅଚାନକ ଚଢାଉ, ୪ଟି ଦୋକାନକୁ ସିଲ

ଆରଡି: ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି। ଏବେ କରୋନା ସଂକ୍ରମଣ ଗ୍ରାମାଞ୍ଚଳରେ ଅଧିକ ଦେଖା ଦେଉଥିବାରୁ ଆଜି ପୁର୍ନବାର ଜୁନ ୧ ଯାଏଁ ତାଲାବନ୍ଦ ବୃଦ୍ଧି କରାଯିବା ସହ ଅତ୍ୟାବଶକୀୟ ଦୋକାନ ଖୋଲିବା ଉପରେ ମଧ୍ୟ ସମୟ ନୀର୍ଘଣ୍ଟ ଜାରି କରିଛନ୍ତି ସରକାର। ହେଲେ ଭଦ୍ରକ ଜିଲା ଆରଡି ପୀଠରେ ମଙ୍ଗଳବାର ସନ୍ଧ୍ୟାରେ କେତେକ ଦୋକାନୀ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଦୋକାନ ଖୋଲା ରଖିଥିବା ସମୟରେ ଚାନ୍ଦବାଲି ତହସିଲିଦାର ସୁଶାନ୍ତ ସୁତାର, ଅତିରିକ୍ତ ତହସିଲିଦାର, ଆରଡି ଆରଆଇ ପ୍ରମୁଖ ଅଚାନକ ଚଢାଉ କରି ୪ଟି ଦୋକାନ ସିଲ କରିଛନ୍ତି । ଏପରିକି ସେମାନଙ୍କଠାରୁ ମୋଟା ଅଙ୍କରେ ଜରିମାନା ଆଦାୟ କରାଯାଇଥିବା ତହସିଲିଦାର ପ୍ରକାଶ କରିଛନ୍ତି।

Comments are closed.