ଧିବର ଜାଲରେ କୁମ୍ଭୀର, ନଦୀକୂଳିଆବାସୀ ଆତଙ୍କିତ

ଆରଡି: ଭଦ୍ରକ ଜିଲା ଆରଡି ନିକଟସ୍ଥ ନାନ୍ଦପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀରେ ମଙ୍ଗଳବାର ଜଣେ ଧିବର ମାଛ ଧରିବା ପାଇଁ ଜାଲ ଟାଣୁଥିବା ବେଳେ ଏକ ୪ଫୁଟିଆ କୁମ୍ଭୀର ଜାଲ ଫାସରେ ପଡିଥିଲା। ଡଙ୍ଗା ଦ୍ବାରା ଧିବର ଜଣକ ନଦୀକୂଳକୁ ଜାଲ ଆଣିବା ପରେ ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରିବା ସହ ଆରଡି ପୁଲିସ ଓ ଧାମନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରକୁ ନେଇ ଅନ୍ୟତ୍ର ଛାଡିଥିଲେ।

ଏପରି ହିଂସ୍ର କୁମ୍ଭୀରକୁ ନେଇ ଗ୍ରାମବାସୀ ଭୟଭିତ ହୋଇପଡିଥିଲେ। ସୂଚନା ଅନୁଯାୟୀ ଆରଡି ଅଞ୍ଚଳରେ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ବହୁଳମାତ୍ରାରେ କୁମ୍ଭୀର ସନ୍ତରଣ କରୁଥିବାରୁ ଦୀର୍ଘ ୧୫ ବର୍ଷ ମଧ୍ୟରେ କୁମ୍ଭୀର ପାଟିରେ ୧୮ଜଣଙ୍କର ପ୍ରାଣ ଯାଇଛି।

Comments are closed.