ଆଖଣ୍ଡଳମଣିଙ୍କ ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ୨ୟ ପ୍ରଯ୍ୟାୟରେ ଶିବଗଙ୍ଗା ପୁଷ୍କରଣୀ କୂଳରୁ ୨୦ଦୋକାନ ଗୃହ ଉଚ୍ଛେଦ 

ଆରଡି: ରାଜ୍ୟର ପ୍ରମୁଖ ପ୍ରଯ୍ୟଟନସ୍ଥଳି ତଥା ବାବା ଆଖଣ୍ଡଳମଣିଙ୍କ ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ଯାହାକୁ ନେଇ ମଣିବାବାଙ୍କ ମନ୍ଦିରବେଢା ସମେତ ଶିବଗଙ୍ଗା ପୁଷ୍କରିଣୀର ଚତୁଃପାର୍ଶ୍ବକୁ ସୌନ୍ଦର୍ଯ୍ୟକରଣ ପାଇଁ ଜିଲାପ୍ରଶାସନ ପକ୍ଷରୁ ହୋଇଥିଲା ବ୍ଲୁପ୍ରିଣ୍ଟି, ହେଲେ ଉକ୍ତ ସ୍ଥାନରେ ବହୁ ଦୋକାନଗୃହ ରହିଥିବାରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ବାଧକ ସାଜିଥିଲା, ପ୍ରଥମ ପର୍ଯ୍ୟାୟରେ ମନ୍ଦିର ବେଢା ମଧ୍ୟରୁ ୨୦ଟି ଭୋଗ ଦୋକାନ ଉଛେଦ କରାଯାଇଥିବା ବେଳେ ଆଜି ୨ୟ ପ୍ରଯ୍ୟାୟରେ ଶିବଗଙ୍ଗା ପୁଷ୍କରିଣୀ କୂଳରେ ଥିବା ୨୦ଟି ଦୋକାନଗୃହକୁ ଉଛେଦ କରାଯାଇଛି। ଏଥିପାଇଁ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଉଛେଦ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଥିଲା। ଏଥିସହ ଉଛେଦ ସମୟରେ ମ୍ୟାଜିଷ୍ଟ୍ରେଟ ଭାବେ ଚାନ୍ଦବାଲି ତହସିଲିଦାର ଶୁଶାନ୍ତ ସୁତାରଙ୍କ ସହ ଧୁଷୁରୀ ଥାନା ଅଧିକାରୀ ଓ ବ୍ୟାପକ ପୁଲିସ ଫୋର୍ସ ମୁତୟନ ରହିଥିଲେ।

Comments are closed.