ଆଖଣ୍ଡଳମଣିଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ନୀତି, ପରମ୍ପରା ଅନୁଯାୟୀ ଲାଗିହେଲା ଧନୁମୁଆଁ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ବୁଧବାର ପ୍ରବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ଭୋର ୫ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ବାବାଙ୍କୁ ଦିଗମ୍ବରବେଶରେ ସଜ୍ଜିତ କରାଯାଇ ପରମ୍ପରା ଅନୁଯାୟୀ ଧନୁମୁଆଁ ଭୋଗଲାଗି କରାଯାଇଥିଲା। ତାହାସହ ଆଜିଠାରୁ ଏକମାସ ଧରି ପହିଲୁ ଅନ୍ନଭୋଗ, ବଢାଭାତ ଭୋଗ ଲାଗି କରାଯିବ। ଚଳିତବର୍ଷ ମହାମାରୀ କରୋନା ପାଇଁ କୋଭିଡ କଟକଣା ଜାରି ରହିଥିବାରୁ ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା।

Comments
Loading...