ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କଲା ଭଦ୍ରକ ଜିଲା ପ୍ରଶାସନ

ଆରଡି: ଭଦ୍ରକ ଜିଲାର ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି ନିକଟସ୍ଥ ଓଳଗ ଓ ସୁନ୍ଦରପୁର ପଞ୍ଚାୟତରେ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଛି। ଏହି ବଣ୍ଟନ ପ୍ରକ୍ରିୟାରେ ଜିଲା ଅତିରିକ୍ତ ଜିଲାପାଳ, ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାସ, ତହସିଲିଦାର ଶୁସାନ୍ତ ସୁତାର, ଆରଡି ଆର.ଆଇ ଦେବାଶିଷ ରାୟ, ଆରଡି ଜିଆରଏସ ସତ୍ୟରଞନ ପତି ପ୍ରମୁଖ ଉପସ୍ଥିତ ରହି ବିପନ୍ନମାନଙ୍କୁ ୫୦କେଜି ଚାଉଳ ଓ ପାଞ୍ଚଶହ ଟଙ୍କା ପ୍ରଦାନ କରିଥିଲେ।

ଚଳିତ ବନ୍ୟାରେ ଆରଡି ସମେତ ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ ଅଧିନରେ ଥିବା ୨୪ଗୋଟି ଗାଁର ବ୍ୟାପକ କ୍ଷତି ଘଟାଇବା ସହିତ ହଜାରହଜାର ହେକ୍ଟର ଚାଷଜମିରେ ଦୀର୍ଘ ୧୦/୧୨ଦିନ ଧରି ବନ୍ୟାଜଳ ଲହଡି ମାରିବା ଫଳରେ ସମ୍ପର୍ଣ୍ଣ ସାରଦ ଧାନତଳି ନଷ୍ଟ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ତାହାସହ ଅଧିକାରୀମାନେ ରିଲିଫ ବଣ୍ଟନ କରିବା ସହ ବନ୍ୟାଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଘର ଓ ଉଜୁଡି ଯାଇଥିବା ଫସଲ ବୁଲି ଦେଖିଥିଲେ।

Comments are closed.