ଆରଡି ଅଞ୍ଚଳରେ ବନ୍ୟା: ଆଖଣ୍ଡଳମଣିପୀଠକୁ ଯୋଗାଯୋଗ ବିଛିନ୍ନ, ରାସ୍ତା ଉପରେ ଅଣ୍ଟାଏ ଉଚ୍ଚ ବନ୍ୟାଜଳ ପ୍ରବାହିତ

ଆରଡି: ବୈତରଣୀ ଉପର ମୁଣ୍ଡରେ ବନ୍ୟାଜଳ ସାମନ୍ୟ ହ୍ରାସ ପାଇଥିଲେ ମଧ୍ୟ ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରିକି ବୈତରଣୀ ନଦୀର ଏପରି ଭାବେ ଜଳ ସ୍ତର ବୃଦ୍ଧି ପାଇଛି ନଦୀ କୂଳ ଲଙ୍ଘି ଜନବସତି ଆଡକୁ ବନ୍ୟା ପାଣି ମାଡି ଚାଲିଛି। ଫଳରେ ଆଖଣ୍ଡଳମଣିପୀଠକୁ ସବୁ ଆଡୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଆଖଣ୍ଡଳମଣି ପୀଠରୁ ଭଦ୍ରକ, ଯାଜପୁର, ଚାନ୍ଦବାଲି, ତିହିଡି, ମତୋ ଆଦି ସ୍ଥାନକୁ ସମ୍ପର୍ଣ୍ଣ ଭାବେ ଯାତାୟତ ଠପ ହୋଇଯାଇଛି। ସେହିପରି ପାଖାପାଖି ୨୦ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଶତାଧିକ ଘରେ ପାଣି ପଶିଯିବାରୁ ଲୋକମାନେ ରାଜରାସ୍ତାରେ ଆଶ୍ରୟ ନେଇଛନ୍ତି। ବନ୍ୟା ପରିସ୍ଥିତି ଏପରି ହୋଇଛି ନଦୀ-ପଥ ଓ କ୍ଷେତ ଏକାକାର ହୋଇଯାଇଛି।

Comments are closed.