ଅଚଳ ହୋଇ ପଡ଼ିଛି ନଳକୂପ ; ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଏକଶହରୁ ଉର୍ଦ୍ଧ୍ବ ପରିବାର ଓ ରୋଗୀ

ଆରଡି : ଆରଡିପୀଠ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିଲେ ମଧ୍ୟ ଦୀର୍ଘ ୨ମାସ ହେବ ପୀଠର ପ୍ରବେଶ ପଥରେ ଥିବା ନଳକୂପ ଅଚଳ ହୋଇ ପଡ଼ି ରହିଥିବା ବେଳେ ବଟମଙ୍ଗଳାଛକ, ମେଡିକାଲ ପରିସରରେ ନଳକୂପ ଅଚଳ ହୋଇ ପଡ଼ି ରହିଛି। ଏହି ନଳକୂପ ଉପରେ ନିର୍ଭର କରୁଥିବା ୧ଶହରୁ ଉର୍ଦ୍ଧ ପରିବାର ପିଇବା ପାଣି ପାଇଁ ୫ଶହ ମଟିର ଦୂର ମନ୍ଦିର ବେଢା ନିକଟରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି। ଏପରିକି ପାନୀୟଜଳ ଯୋଗାଣ ନିମନ୍ତେ ଉଠା ଷାଣ୍ଟପୋଷ୍ଟ ରହିଥିଲେ ମଧ୍ୟ ବିଦ୍ୟୁତକାଟ ହେଲେ ପାଣି ପାଇଁ ନାନା ହଇରାଣ ହରକତ ହୋଇଥାନ୍ତି ସ୍ଥାନୀୟ ଅଞ୍ଚଳ ଲୋକେ ।

 

ସେହିପରି ପୀଠର ପ୍ରବେଶ ପଥ ନିକଟରେ ଥିବା ନଳକୂପ ଅଚଳ ଥିବାରୁ ଆଗନ୍ତୁକ ପର୍ଯ୍ୟଟକମାନେ ପିଇବାପାଣି ପାଇଁ ନାନା ଅସୁବିଧାରେ ସମ୍ମୁଖିନ ହେଉଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଆରଡି ମେଡିକାଲ ପରିସରରେ ଥିବା ନଳକୂପ ଅଚଳ ହୋଇ ପଡ଼ିଥିବାରୁ ଆସୁଥିବା ରୋଗୀ ପିଇବା ପାଣି ନ ପାଇ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ରୋଗୀଙ୍କ ସର୍ମ୍ପକୀୟ ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବଦରେ ବ୍ଲକ ଜଳପରିମଳ ବିଭାଗୀୟ ଅଧିକାରିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 

Comments are closed.