୬ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀ ଜଳାଭିଷେକ ନୀତି

-କରୋନା କଟକଣା ; ଜୁଲାଇ ୩୧ ଯାଏଁ ବନ୍ଦ ରହିବ କାଉଡିଆଙ୍କ ଜଳଲାଗି -ସେବାୟତଙ୍କ ଦ୍ୱାରା ସମ୍ପନ୍ନ ହେବ ନୀତିକାନ୍ତି

ଆରଡି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଚଳିତମାସ ୬ରୁ ଶ୍ରାବଣୀ ଯାତ୍ରା ଆରମ୍ଭ ହେବ। ହେଲେ ଚଳିତବର୍ଷ କରୋନା ନାମକ ମହାମାରୀ ପାଇଁ ଦୀର୍ଘ ୩ମାସରୁ ଉର୍ଦ୍ଧ ହେବ କଟକଣା ଜାରି ରହିଥିବାରୁ ଆସନ୍ତା ଜୁଲାଇ ୩୧ଯାଏଁ କାଉଡିଆ ଭକ୍ତଙ୍କ ଜଳଲାଗି ଉପରେ ଅଙ୍କୁଶ ଲଗାଇଛି ମନ୍ଦିର ପ୍ରଶାସନ। ପବିତ୍ର ଶ୍ରାବଣୀଯାତ୍ରା ଆଷାଢ ପୂର୍ଣ୍ଣିମା ତଥି ଠାରୁ ଗହ୍ମା ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକମାସ ଧରି ଶ୍ରାବଣୀ ଯାତ୍ରା ପରିପାଳିତ ହେବା ସହ ପ୍ରତି ରବିବାର ଓ ସୋମବାରରେ ପୀଠରେ ହଜାର-ହଜାର କାଉଡିଆ ଭକ୍ତ ଆସିଥାନ୍ତି ମଣିବାବାଙ୍କୁ ଜଳ ଲାଗି କରିବା ପାଇଁ। ହେଲେ ଚଳିତବର୍ଷ କରୋନା ପାଇଁ ଆଗନ୍ତୁକ କାଉଡିଆମାନଙ୍କର ଜଳ ଲାଗି ବନ୍ଦ ରହିବା ସହ ମନ୍ଦିର ମଧ୍ୟରେ ପରମ୍ପରା ଅନୁଯାୟୀ ସେବାୟତମାନଙ୍କ ଦ୍ୱାରା ଶ୍ରାବଣୀ ନୀତିକାନ୍ତି ସମାପନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏପରିକି ପୀଠକୁ କାଉଡିଆଭକ୍ତ ନଆସି ଘରେ ରହି ମଣିବାବାଙ୍କ ଉଦ୍ୟେଶରେ ପୂଜାର୍ଚ୍ଚନା କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ତାହାସହ ପୀଠ କିମ୍ବା ମନ୍ଦିର ଚତୁଃପାର୍ଶ୍ବରେ ଭିଡ ନଜମାଇବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଜଣା ଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି।

Comments are closed.