କରୋନା ଲକଡାଉନ୍ : ବାପାଙ୍କୁ ମୁଖାଗ୍ନି ଦେଇ ପାରିଲେନି ୩ପୁଅ, ପଡୋଶୀ କଲେ ଅନ୍ତିମ ସଂସ୍କାର

ଆରଡି : ସମସ୍ତ ବାପା-ମାଙ୍କ ଶେଷ ଇଛା ଯେ ମୃତ୍ୟୁ ବେଳକୁ ପୁଅ ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେବା ସହ ଅନ୍ତେଷ୍ଟିକ୍ରିୟା କରାଇବ। ହେଲେ ବିଧିର ବିଧାନ ଏପରି ବାପର ମୃତ୍ୟୁ ଖବର ପାଇ ମଧ୍ୟ ନିକଟରେ ପହଞ୍ଚି ପାରିଲେନି ପୁଅମାନେ। ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ସାନପଙ୍କି ଗାଁରେ। ଉକ୍ତ ଗାଁର ନବଘନ ସାହୁ(୬୫) ଦୀର୍ଘ ଏକମାସ ହେବ ରୋଗରେ ପୀଡିତ ଥିବା ବେଳେ ଗତ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କର ୩ପୁଅ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାରୁ ଦୀର୍ଘ ଦେଢମାସ ହେବ କରୋନା ନାମକ ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବାରୁ ବାପାଙ୍କର ମୃତ୍ୟୁ ଖବର ପାଇ ମଧ୍ୟ ୩ପୁଅ ଆସି ପାରି ନ ଥିଲେ। ଶେଷରେ ନବଘନଙ୍କ ପଡୋଶୀ ଅନ୍ତିମ ସଂସ୍କାର କରିଥିଲେ।

Comments are closed.