ଗୋପବନ୍ଧୁଙ୍କ ପୂଜା ପାଇଁ ଉତ୍ସବମୁଖର ଗାଁ ଦାଣ୍ଡ, ଘିଅପିଠା ଭୋଗ ଲାଗି ପରେ ବିସର୍ଜିତ ହୁଏ ଘଟ

ଆରଡି: ପବିତ୍ର ଦୋଳପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଗୋପବନ୍ଧୁଙ୍କ ପୂଜା ପାଇଁ ଉତ୍ସବମୁଖର ତଳଦୁମୁଗାଁର ମହାକୁଡ ସାହି ସମେତ ନାନ୍ଦପୁର, ମୁଆଁ, ଖଟୁଆପାଟଣା ଆଦି ଗାଁ ଦାଣ୍ଡ। ଗୋପାଳ ସମ୍ପ୍ରଦାୟର ପରିବାର ଲୋକମାନେ ଦୋଳ ପୂର୍ଣ୍ଣିମା ଠାରୁ ୫ଦିନ ଯାଏଁ ବ୍ରତ ରଖିବା ସହ ଗୋପବନ୍ଧୁ ପୂଜା କରିବାର ପରମ୍ପରା ରହିଛି। ଏପରିକି ବିଭିନ୍ନ ଗାଁ ଦାଣ୍ଡରେ ରାଧାକୃଷ୍ଣଙ୍କର ସୁସଜ୍ଜିତ ମେଢ କରାଯାଇ ରୀତିନୀତି ଅନୁଯାୟୀ ଘଟସ୍ଥାପନ, ସୂର୍ଯ୍ୟପୂଜା, ଗୀତାଭାଗତ ପାଠ, ହରିବଂଶ ପାଠ ଆଦି କରାଯିବା ସହିତ ରାତ୍ରରେ ଲଉଡିଖେଳ ଆଦି କରାଯାଇଥାଏ। ହେଲେ ଚଳିବର୍ଷ ମହାମାରୀ କରୋନା ପାଇଁ ସମସ୍ତ ପୂଜା ନିଡାମ୍ବରରେ ପାଳିତ ହେଉଥିବା ନନ୍ଦକିଶୋର ବାରିକଙ୍କ ସହ ଅନ୍ୟମାନେ ପ୍ରକାଶ କରିଛନ୍ତି। ଏହି ପୂଜାରେ ସ୍ୱତନ୍ତ୍ର ଭୋଗ ଭାବେ ଗୋପାଳ ପରିବାରଙ୍କ ପକ୍ଷରୁ ନିଷ୍ଠାର ସହ ତିଆରୀ ହୋଇଥିବା ଘିଅପିଠା ଭୋଗ ଲାଗି ହେବା ପରେ ଘଟ ନିସର୍ଜିତ ହେବାର ପରମ୍ପରା ରହିଛି।

Comments are closed.