ସାଳନ୍ଦୀ ନଦୀଜଳକୁ ପ୍ରଦୂଷଣ ମୁକ୍ତ ପାଇଁ ଅଣ୍ଟା ଭିଡିଲା ବିକାଶ ମଞ୍ଚ

ସଚେତନତା ପାଇଁ ଜନସାଧାରଙ୍କୁ ଆହ୍ୱନା

ଆରଡି : ବିଭିନ୍ନ କଳକାରଖାନା ଓ ଚିଙ୍ଗୁଡି ଘେରୀରରୁ ନିର୍ଗତ ହେଉଥିବା ରାସାୟିନିକ ପାଣି ସାଳନ୍ଦୀ ନଦୀରେ ମିଶ୍ରଣ ହେଉଥିବାରୁ ଦିନକୁଦିନ ନଦୀ ପ୍ରଦୂଷିତ ହେବାରେ ଲାଗିଛି । ଏହାର ପ୍ରତିକାର ପାଇଁ ସ୍ଥାନୀୟ ଲୋକ ଜାଗ୍ରତ ହେବା ସହିତ ମିଳିମଶି ସଚେତନତା କରିବାର ସମୟ ଆସିଛି ବୋଲି ଗତ ରବିବାର ଆରଡିପୀଠ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସାଳନ୍ଦୀ ବିକାଶ ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଯାଇଛି। ଏହି ବୈଠକରେ ସାଳନ୍ଦୀ ନଦୀର ଜଳକୁ ଯେପରି ନିର୍ମଳ ରଖାଯିବ ସେଥିପାଇଁ ସମସ୍ତ ଜନସାଧାରଣଙ୍କୁ ଆହ୍ୱନା କରାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ବିକାଶ ମଞ୍ଚର ଆବାହକ ପ୍ରତାପ ଚନ୍ଦ୍ର ପାଢୀ, ସମ୍ବିତ ମହାନ୍ତି, ସ୍ୱଦେଶ ପଣ୍ଡା, ସୂଦର୍ଶନ ପଣ୍ଡା ପ୍ରମୁଖ ପ୍ରକାଶ କରିଥିଲେ। ବିଶେଷକରି ଏହି ଅଞ୍ଚଳରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଏପରିକି ଏହି ଅଞ୍ଚଳ ସମୁଦ୍ର ଉପକୂଳବର୍ତ୍ତୀ ହୋଇଥିବାରୁ ଲୁଣା ଦାଉରୁ ରକ୍ଷା ପାଇଁ ସାଳନ୍ଦୀ ନଦୀର ଜଳକୁ ଚାଷରେ ଲଗାଇଥାନ୍ତି। ଯଦି ସାଳନ୍ଦୀ ଜଳ ପ୍ରଦୂଷିତ ହୁଏ ତେବେ ଆଗାମୀ ଦିନରେ ଏହି ଅଞ୍ଚଳରେ ଚାଷ ସମ୍ପୁର୍ଣ୍ଣ ଭାବେ ଉଜୁଡିଯିବ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନରହରୀ ଦାସ, ଜୀବନାନ୍ଦ ପାଢୀ, ଦେବାଷିଶ ପାଢୀ, ଦୀପ୍ତି ରଞନ ନାୟକ, ସନ୍ତୋଷ ପାଢୀ, ମାନସ ନାୟକଙ୍କ ସହ ନିକଟସ୍ଥ ୪ଟି ପଞ୍ଚାୟତ ବହୁ ଚାଷୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ।

Comments are closed.