ଓଲଟିଲା ମାଛଧରା ଟ୍ରଲର, ୨ମତ୍ସ୍ୟଜୀବୀ ମୃତ

ଆରଡି : ଗତ ମଙ୍ଗଳବାର ପାରାଦ୍ୱୀପର ନେହୁରୁ ବଙ୍ଗଳା ମୁହାଣ ନିକଟରେ ବାଲି ଗଦା ସହ ଏକ ମାଛଧରା ଟ୍ରଲର ଧକ୍କା ହେବାରୁ ଟ୍ରଲର ମଧ୍ୟରେ ଥିବା ୫ଜଣ ମତ୍ସ୍ୟଜୀବୀ ନଦୀ ମୁହାଣରେ ଭାସି ଯାଇଥିଲେ। ୩ଜଣ ମତ୍ସ୍ୟଜୀବୀ ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ମୁଆଁ ଗାଁର ଗଙ୍ଗାଧର ଦାସ, ନଣ୍ଡା ଦାସ ଓ ସନ୍ତୋଷ ଦାସ। ତେଲ ବ୍ୟାରିଏଲ ଦ୍ୱାରା ନଦୀକୂଳକୁ ଆସିବା ପାଇଁ ଉଦ୍ୟମ ଜାରି ରଖିବା ଫଳରେ ନିକଟରେ ଥିବା ଏକ ମାଛଧରା ବୋଟ ଉଦ୍ଧାର କରିଥିଲା। ହେଲେ ମୁଆଁ ଗାଁର ଲକ୍ଷ୍ମଣ ଦାସ(୪୦) ଓ ବାସୁଦେବପୁର ବଡକିଆରୀ ଗାଁର ବଟକୃଷ୍ଣ ମଲିକ(୩୮) ନିଖୋଜ ହୋଇଯାଇଥିଲେ। ଏପରି ଖବର ପାଇ ମେରାଇନ ପୁଲିସ ଓ ଅଗ୍ନିଶମ ବିଭାଗର ରେସ୍କୁ ଫଳରେ ବାସୁଦେବପୁର ଅଞ୍ଚଳର ବଡକିଆରୀ ଗାଁର ବଟକୃଷ୍ଣ ମଲିକଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଲକ୍ଷ୍ମଣର କୈାଣସି ପତା ପାଇନଥିଲେ। ଗୁରୁବାର ନିଖୋଜ ଥିବା ଲକ୍ଷ୍ମଣର ମୃତଦେହ ମୁହାଣ ଠାରୁ କିଛି ବାଟଦୂରରେ ଭାସୁଥିବା ଅନ୍ୟ ମତ୍ସ୍ୟଜୀବୀ ଖବର ଦେବାରୁ ମେରାଇନ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।
ଖବର ଅନୁଯାୟୀ, ମାଆ ଜାଡୁଆ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ପାରାଦ୍ୱୀପ ଠାରୁ ଅନିତ ଦୂର ସମୁଦ୍ର ମୁହାଣରୁ ମାଛ ମାରି ଫେରୁଥିବା ସମୟରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଲି ଗଦାରେ ଧକ୍କା ହୋଇଥିଲା ଫଳରେ ଟ୍ରଲରଟି ଭାରସାମ୍ୟ ହରାଇ ମହାନଦୀର ଭରା ନଈରେ ଓଲଟି ପଡିଥିଲା। ଯାହାକୁ ନେଇ ମତ୍ସଜୀବୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଥିଲା। ଅନ୍ୟପଟେ ବନ୍ଦର କତୃପକ୍ଷ ବାଲି ଡ୍ରେଜିଂ କରି ସ୍ଥାନେସ୍ଥାନେ ଗଦା କରି ରଖୁଥିବାରୁ ଅନେକ ସମୟରେ ଏପରି ଦୂର୍ଘଟଣା ଘଟୁଥିବା ମତ୍ସ୍ୟଜୀବୀ ସଂଘ ପ୍ରକାଶ କରିଛନ୍ତି।

Comments are closed.