ତଳମୁଣ୍ଡରେ ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ଆରଡି-ମତୋ ରାସ୍ତାରେ ୨ଫୁଟ ପାଣି

- ତଳିଆ ଅଞ୍ଚଳ ଚାଷଜମି ଜଳମଗ୍ନ ; ଚିନ୍ତାରେ ଚାଷୀ

ଆରଡି: ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଅବିଶାନ୍ତ ବର୍ଷା ଯୋଗୁ ତଳ ମୁଣ୍ଡରେ ଫୁଲୁଛି ବୈତରଣୀ ଓ ସାଳନ୍ଦୀ ନଦୀ। ଫଳରେ ଆରଡି-ମତୋ ରାସ୍ତାର ଡିହସାହି ଛକ ନିକଟରେ ୨ଫୁଟ ଉଚ୍ଚରେ ନଈପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏପରିକି ଆରଡି ସମେତ ନାନ୍ଦପୁର, ସୁନ୍ଦରପୁର, ଓଳଗ, ଷାଠିବାଙ୍କୁଡା, ବୋଡକ, ଶୀତଳପୁର, ପାଲଟପୁର, ମୁଆଁ, ବାତୋଳ, ସିଂହିପୁର, ପାରଡିଆ, ଅମୃତମଣୀ ଆଦି ୨୦/୨୨ଖଣ୍ଡ ଗାଁର ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ଲହଡି ଭାଙ୍ଗୁଛି ନଈପାଣି।

ବର୍ଷା ଅଭାବରୁ ଚାଷ କାର୍ଯ୍ୟ ପଛେଇଥିବାରୁ ଏବେ ଚାଷୀମାନେ ଧାନତଳି ରୋପଣ କରିଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ଦେଖା ଦେଇଥିବା ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଚାଷକୁ ସମ୍ପୁର୍ଣ୍ଣ ଉଜାଡିବ ବୋଲି ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଶେଷକରି ବୈତରଣୀ ଓ ସାଳନ୍ଦୀ ନଦୀର ବହୁ ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୃବଳ ଥିବାରୁ ନଈକୂଳିଆ ଆତଙ୍କିତ ହୋଇ ପଡିଛନ୍ତି।

Comments are closed.