ବାତ୍ୟା ଅମ୍ପନ ଦେଇଗଲା ଦୁଃଖ; ଶହଶହ ଏକର ଚାଷଜମିରେ ମାଡିଗଲା ଲୁଣାପାଣି

ଝଡବର୍ଷାରେ ଭାଙ୍ଗିଲା ଘର ; ଜରିପାଳ ତଳେ ବିତୁଛି ବିପନ୍ନଙ୍କ ଜୀବନ

ଆରଡି : ସାମୁଦ୍ରିକ ଝଡ ଅମ୍ପନ ସ୍ଥଳଭାଗ ଛୁଇଁବା ପୂର୍ବରୁ ଭଦ୍ରକ ଜିଲାର ତଳିଆ ଅଞ୍ଚଳ ବାଭେ ପରିଚିତ ଆରଡି, ନାନ୍ଦପୁର, ସୁନ୍ଦରପୁର, ତେନ୍ତୁଲିଡିହ ଓ ଓଳଗ ପଞ୍ଚାୟତରେ ରଚିଥିଲା ତାଣ୍ଡବ। ଯାହାର ପ୍ରଭାବରେ ଝଡବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୮୦/୯୦ କିମିରେ ପବନ ବହିବାରୁ ବଡବଡ ଗଛ ଉପୁଡି ପଡିଥିବା ବେଳେ ବହୁ ବିଦ୍ୟୁତୁଖୁଣ୍ଟ ଭାଙ୍ଗିଥିଲା। କେଉଁଠି ଗଛ ପଡି ଘର ଭାଙ୍ଗିଥିଲା ତ ଆଉ କେଉଁଠି ପବନରେ ସମ୍ପୂର୍ଣ୍ଣ ଛପର ଉଡିଯାଇଥିଲା। ବିଶେଷକରି ନିକଟସ୍ଥ ଧାମାରା ମୁହାଣ ସମୁଦ୍ରରୁ ଉଚ୍ଚ ଲୁଣା ଜୁଆର ଢେଉ ଉଠି ଆସିବା ଫଳରେ ବୈତରଣୀ ଓ ସାଳନ୍ଦୀ ନଦୀ ପ୍ରବେଶ କରି ଶହଶହ ଏକର ଚାଷଜମିକୁ ଲୁଣାପାଣି ମାଡି ଯାଇଥିବା ବେଳେ ଆରଡି ନିକଟସ୍ଥ ମୁଆଁ ଓ ଶୀତଳପୁର ଗାଁ ଦାଣ୍ଡରେ ଲହଡି ଭାଙ୍ଗିଥିଲା ଜୁଆରପାଣି। କେତେକ ମତ୍ସଜିବୀଙ୍କ କହିବା ଅନୁଯାୟୀ ବାତ୍ୟା ଅମ୍ପନ ଭୟ ଓ ପ୍ରଶାସନିକ ସର୍ତକତା ଯୋଗୁ ନଦୀକୂଳରେ ଡଙ୍ଗା ଗୁଡିକୁ ଲଙ୍ଗର ପକାଇଥିଲେ ମଧ୍ୟ ଜୁଆର ଢେଉ ଓ ପବନ ମାଡରେ ଗୋଟିଏ ମାଛଧରା ମଟର ଚାଳିତ ମଟର ବୋଟ ଭାସିଯାଇଛି।

Comments are closed.