ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ କଳାଦିବସ ପାଳିତ

0

ଆରଡି : ଚାନ୍ଦବାଲି ବ୍ଲକ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ ୫ଦଫା ଦାବି ନେଇ କଳାଦିବସ ପାଳିତ ହୋଇଯାଇଛି। ବିଶେଷକରି ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଗାଁ ଆମ ବିକାଶ ଓ ପିଠା ଯୋଜନା ପ୍ରହସନ ବନ୍ଦ କରିବା ସହ ସମିତି ସଭ୍ୟ ଓ ଜିଲାପରିଷଦଙ୍କ ଖୋଲା ହାତପାଣ୍ଠିର ବ୍ୟବସ୍ଥା, ସରପଞ୍ଚ , ସମିତିସଭ୍ୟ, ୱାର୍ଡମେମ୍ବରଙ୍କ ଭତା ବୃଦ୍ଧି କରିବା, ୭୩ତମ ସମ୍ବିଧାନ ଶଂସୋଧନ ଆଇନ ମୁତାବକ ଯେଉଁ ଅଧିକାର ପଞ୍ଚାୟତକୁ ଦିଆଯାଇଛି ତାହାକୁ କାର୍ଯ୍ୟକାରୀ କରିବା ଆଦି ବାବଦରେ କଂଗ୍ରେସ କର୍ମୀମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିଥିଲେ। ଓଳଗ ଓ ସୁନ୍ଦରପୁର ପଞ୍ଚାୟତରେ ଶରତ କୁମାର ପଲାଇ, ସଦାନନ୍ଦ ମଲିକ, ଭାଗିରଥି ମହାଳିକ, ବିଦ୍ୟାଧର ପଲାଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆରଡି ଓ ଆନନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୧ନଂ ଜୋନର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Leave A Reply