ଚାନ୍ଦବାଲିରେ ମିଶ୍ରଣପର୍ବ: ବିଜେଡ଼ିରେ ଯୋଗଦେଲେ ବହୁ ବିଜେପି ଓ କଂଗ୍ରେସ କର୍ମୀ

ଆରଡି: ଭଦ୍ରକଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଆରଡି, ସୁନ୍ଦରପୁର, ନାନ୍ଦପୁର ୩ଟି ପଞ୍ଚାୟତର ବିଜେପି ଓ କଂଗ୍ରେସର ବହୁ କର୍ମୀ ସେମାନଙ୍କ ଦଳ ଛାଡି ଶନିବାର ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ଦଳକୁ ଆସିଥିବା ଲୋକମାନଙ୍କୁ ବିଧାୟକ ଶ୍ରୀ ରାୟ ପୁଷ୍ପଗୁଛ ଓ ଦଳୀୟ ଓତରୀୟ ଦେଇ ସ୍ବାଗତ କରିଥିଲେ। ଶନିବାର ବିଧାୟକ ଶ୍ରୀ ରାୟ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ସୁଦୃଢ ହେବ ଦିନିକିଆ ଆରଡି ଅଞ୍ଚଳକୁ ଗସ୍ତରେ ଆସିଥିଲେ। ବିଜେଡି ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ନହିତକର ଯୋଜନାର ସଫଳ ରୂପାୟନରେ ଆକୃଷ୍ଟ ହୋଇ ବହୁ ବର୍ଷ ଧରି ବିଜେପି ଓ କଂଗ୍ରେସ ଦଳରେ ଥିବା କର୍ମୀ ସେମାନଙ୍କ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣପର୍ବରେ ବ୍ଲକ ଚ୍ୟାୟରମ୍ୟାନଙ୍କ ପ୍ରତିନିଧି ରଞନ ସାହୁ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ସୁନ୍ଦରପୁର ସରପଞ୍ଚ ଶ୍ରୀକାନ୍ତ ନାୟକ, ନାନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜ ଦାସ, ପ୍ରସନ୍ନ ଜେନା, ସରପଞ୍ଚଙ୍କ ପ୍ରତିନିଧି ଗଣେଶ ବିଶ୍ବାଳ, ଭଗବାନ ମାଝି ଅଶୋକ ନାୟକ ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ।

Comments are closed.