ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ଲୁଣା ଜୁଆର ପାଣି

ଆରଡି: ବାତ୍ୟା ୟସ ପ୍ରଭାବ ଓ ପୂର୍ଣ୍ଣିମା ତିଥି ଯୋଗୁ ଧାମରା ନିକଟରେ ଅଶାନ୍ତ ହୋଇପଡିଥିଲା ସମୁଦ୍ର। ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ ଅଞ୍ଚଳକୁ। ବିଶେଷକରି ବୈତରଣୀନଦୀରେ ଆସିଥିବା ଲୁଣା ଜୁଆରପାଣି ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବାରୁ ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲହଡି ଭାଙ୍ଗିଥିଲା ଲୁଣା ଜୁଆର ପାଣି। ତାହାସହ ଗତ ବୁଧବାର ରାତିତମାମ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ସର୍ତ ପଡିବାରୁ ଗର୍ଭଗୃହରେ ଲୁଣାଜୁଆର ପାଣି ଲହଡି ମାରୁଛି। ନୀତିକାନ୍ତୀ ଯେପରି ସୁଚାର ରୂପେ ଚାଲିବ ସେଥିପାଇଁ ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ଦ୍ବାରା ଜଳ ନିଷ୍କାସିତ ହେଉଛି ଓ ନୀତିକାନ୍ତି ଚାଲିଛି।

Comments are closed.