ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ଏସଓପି ଜାରି, ୩୧ ରୁ ୩ଦିନ ଧରି ବନ୍ଦ ରହିବ ସର୍ବସାଧାର ଦର୍ଶନ

ଆରଡ଼ି: ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଜିଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ ତାରିଖ ସଂଧ୍ୟା ୮ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନକୁ ଜିଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏହାସହ କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେବ ଦୈନଦିନ ନୀତିକାନ୍ତି। ସୀମିତ ସେବାୟତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି।

 

ଏପରିକି ମନ୍ଦିର ଓ ପୀଠରେ ଯେପରି ଗହଳି ନହେବ ସେଥିପାଇଁ କଟକଣାକୁ ଅଧିକ କଡାକଡି କରାଯିବା ସହ ଜିଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ପୁରୁଣା ବର୍ଷକୁ ବିଦାୟ ଦେବା ସହ ଓ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆରଡିପୀଠରେ ଭିଡ଼ ଜମାଇବାକୁ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଫଳରେ ଡିସେମ୍ବର ୩୧ ଓ ଜାନୁଆରୀ ୨ ପର୍ଯ୍ୟନ୍ତ ମଣିବାବାଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ରହିବେ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ଭକ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନର‌ ଏଭଳି ପଦକ୍ଷେପକୁ ସେବାୟତ ଓ ଭକ୍ତ ସ୍ବାଗତ କରିଛନ୍ତି।

Comments are closed.