ଆଖଣ୍ଡଳମଣିଙ୍କ ପୀଠରେ ହରିହାଟ ଅନୁଷ୍ଠିତ

ପରମ୍ପରା ଅନୁଯାୟୀ ହରିହର ଭେଟ ଓ ଭାଗବତ ପଠନ

ଆରଡି: ଆରଡିପୀଠର ଆଖଣ୍ଡଳମଣିଙ୍କ ମନ୍ଦିରରେ ଶତାଧିକ ବର୍ଷର ପରମ୍ପରା ଅନୁଯାୟୀ ରବିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ହରିହର ଭେଟ ଅନୁଷ୍ଠିତ ହେବା ସହିତ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ୬୪ଖଣ୍ଡ ଭାଗବତ ପଠନ ଅର୍ଥାତ ହରିହାଟ ଅନୁଷ୍ଠିତ ହୋଇଇଥିଲା। ଏହି ଅବସରରେ ଶନିବାର ମନ୍ଦିର ବେଢା ପ୍ରାଙ୍ଗଣରେ ଯାଜପୁର ଜିଲା ବାୟାବାବାଜିଙ୍କ ଆଶ୍ରମ ପକ୍ଷରୁ ଘଟ ଅଧିବାସ କରିାଯିବା ସହିତ ରୀତିନୀତି ଅନୁଯାୟୀ ନାମଯଜ୍ଞ ଆରମ୍ଭ ହୋଇଥିଲା। ରବିବାର ଭୋର ମଣିବାବାଙ୍କ ମଙ୍ଗଳ ଆଲତୀ ସମ୍ପନ୍ନ ହେବା ପରେ ନାମଯଜ୍ଞ ମଣ୍ଡପରେ ହରିନାମ କିର୍ତ୍ତନ ଅନୁଷ୍ଠିତ ହେବା ସହିତ ସଂଧ୍ୟାରେ ମଣିବାବାଙ୍କର ବଡସିଂହାର ବେଶ ସହ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ଏପରିକି ମଣିବାବାଙ୍କର ସଂଧ୍ୟା ଆଳତୀ ସରିବା ପରେ ମନ୍ଦିର ବେଢା ପ୍ରାଙ୍ଗଣରେ ଶ୍ରଦ୍ଧାଳୁମାନେ ଭାଗବତ ପଠନ କରିଥିଲେ। ତାହାସହ ସେବାକାରୀମାନଙ୍କ ଦ୍ୱାରା ହରିହର ଭେଟ ଓ ହରିହାଟ ଅନୁଷ୍ଠିତ ହୋଇଥିଲା।

Comments are closed.