ଆରଡିପୀଠରେ ୧୪୪ଧାରା ଜାରି : ବିନା ଆଡମ୍ବରରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ବିବାହ

ଆରଡି : ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତଥି ଅବସରରେ ବୁଧବାର ଦେବଦେବ ମହାଦେବ ବାବା ଆଖଣ୍ଡଳମଣିଙ୍କ ସହ ମାତା ପାର୍ବତୀଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ମହାମାରୀ କରୋନା ପାଇଁ ଲକଡାଉନ ଜାରି ରହିଥିବା ବେଳେ ପବିତ୍ର ଶିବବିବାହ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିବାରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସୀମିତ ସେବାୟତଙ୍କ ଦ୍ୱାରା ସାମାଜି ଦୂରତ୍ୱ ଓ ମାକ୍ସ ପରିଧାନ କରି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବ ନିମନ୍ତେ ଲୈାକିକ ବିଧିବିଧାନ ଅନୁଯାୟୀ ଚନ୍ଦନଯାତ୍ରାର ଭଉଁରୀ ତିଥିରେ ଲଗ୍ନଥାଳ ଉଠିଥିବା ବେଳେ ବୁଧବାର ଭୋର ମନ୍ଦିର ଦ୍ୱାରଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ସରିବା ପରେ ବିବାହ ଉତ୍ସବର ମଙ୍ଗନ ନୀତକାନ୍ତି ପାଇଁ ମଣିବାବାଙ୍କୁ ଓ ମାତା ପାର୍ବତୀଙ୍କୁ ହଳଦୀ, ଘିଅ ଆଦିରେ ସ୍ନାନ କରାଯାଇ ସମ୍ପନ୍ନ କରାଯାଇଥିଲା। ପରେ ଫୁଲ, ଚନ୍ଦନ, ବେଲପତ୍ର ଓ ନବବସ୍ତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ଅନ୍ୟପଟେ ବରପିତା ତପନ ପାଢୀ ଓ କନ୍ୟାପିତା ଚନ୍ଦ୍ରମଣୀ ପାଢୀ ମଣିବାବାଙ୍କ ଚଳନ୍ତୀ ପ୍ରତିମା ହର ଓ ମାତା ପାର୍ବତୀଙ୍କ ଚଳନ୍ତୀ ପ୍ରତିମା ଗୈାରୀଙ୍କୁ ମଙ୍ଗନ ନୀତି କରାଇଥିଲେ। ପରେ ସକାଳ ୯ଟାରେ ପଅଡଖିଆ ଅନ୍ନନୀତି ସମ୍ପନ୍ନ କରାଯାଇ ବରଧରା ବରଣୀ ନିମନ୍ତେ ୧୦ଟାରେ ବ୍ରାହ୍ମଣ ଜ୍ୟୋତିଷଙ୍କ ଦ୍ୱାରା ସମ୍ପନ୍ନ ହେବା ପରେ ଅପରାହ୍ଣରେ ୪ଟାରେ ଦିଅ ମଙ୍ଗୁଳା ନୀତି ଓ ମଣିବାବାଙ୍କୁ ରାଜରାଜେଶ୍ୱର ବେଶ ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯାୟୀ ମନ୍ଦବିର ବେଢା ପ୍ରାଙ୍ଗଣସ୍ଥିତ ମୁକ୍ତି ମଣ୍ଡପରେ ନିର୍ମିତ ବିବାହ ମଣ୍ଡପରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ସୁଧା ହସ୍ତଗଣ୍ଠି ପଡିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦେବଦମ୍ପତି। ପରେ ସମୁଦି ମିଳନ ଓ ଅନ୍ୟାନ ନୀତିକାନ୍ତି ସରିବା ପରେ ହରଗୈାରୀଙ୍କୁ ମନ୍ଦିର ଗର୍ଭଗୃହକୁ ପତ୍ୟାବର୍ତ୍ତନ କରାଯାଇଥିଲା।

Comments are closed.